ପ୍ରଥମ ବିଦେଶ ଗସ୍ତ ଶେଷ ପରେ ଆଜି ତିରୁପତି ଯିବେ ପ୍ରଧାନମନ୍ତ୍ରୀ ମୋଦୀ

0 1,176

ନୂଆଦିଲ୍ଲୀ: ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ହେବା ପରେ ନରେନ୍ଦ୍ର ମୋଦୀ ନିଜର ପ୍ରଥମ ବିଦେଶ ଗସ୍ତ ଅବସରରେ ଶନିବାର ମାଳଦ୍ୱୀପ ଯାଇଛନ୍ତି । ଗସ୍ତ ଶେଷ ହେବା ପରେ ମୋଦୀ ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ଆଧ୍ୟାତ୍ମିକ ସହର ତିରୁପତି ଯିବେ । ମୋଦୀ ତିରୁମାଲାର ଭେଙ୍କଟେଶ୍ୱରଙ୍କୁ ପୂଜାର୍ଚ୍ଚନା କରିବେ । ଏହି ଅବସରରେ ମୋଦୀଙ୍କ ସହିତ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଇଏସଏଲ ନରସିଂହମନ ଉପସ୍ଥିତ ରହିବେ । ସେହିଭଳି ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ମଧ୍ୟ ମୋଦୀଙ୍କ ସହିତ ରହିପାରନ୍ତି । ଅନ୍ୟପଟରେ ମୋଦୀଙ୍କ ଗସ୍ତ ନେଇ ମନ୍ଦିର ପରିଚାଳନା ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଶୃଙ୍ଖଳା ଜାରି ରଖିବା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।

ସୂଚନାଯୋଗ୍ୟ ନିଜର ପ୍ରଥମ ବିଦେଶ ଗସ୍ତରେ ମୋଦୀ ମାଳଦ୍ୱୀପର ସର୍ବୋଚ୍ଚ ସମ୍ମାନ ଗ୍ରହଣ କରିଛନ୍ତି । ମାଳଦ୍ୱୀପର ରାଷ୍ଟ୍ରପତି ଇବ୍ରାହୀମ ସୋଲିହ ଏହି ସମ୍ମାନ ପ୍ରଦାନ କରିଛନ୍ତି । ମାଳଦ୍ୱୀପ ସରକାରଙ୍କ ସହିତ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ପରେ ମୋଦୀ ସେଠାରେ ରାତ୍ରୀଯାପନ କରିଛନ୍ତି । ପ୍ରଧାନମନ୍ତ୍ରୀ ଆଜି ମାଳଦ୍ୱୀପରୁ ଶ୍ରୀଲଙ୍କା ଅଭିମୁଖେ ଯିବେ । ମୋଦୀ ଶ୍ରୀଲଙ୍କାରେ ପୂର୍ବାହ୍ଣ ୧୧ଟାରେ ପହଂଚିବାର କାର୍ଯ୍ୟକ୍ରମ ଅଛି । ଶ୍ରୀଲଙ୍କା ସରକାରଙ୍କ ସହିତ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ । ମୋଦୀ ମଧ୍ୟାହ୍ନ ଭୋଜନ ପରେ ଭାରତ ଫେରିବେ ।

Leave A Reply