ଅନ୍‍ଲାଇନ୍‌ରେ ବିନା ମୂଲ୍ୟରେ ଏହି ଚଳଚ୍ଚିତ୍ରଗୁଡ଼ିକୁ ଦେଖିବାର ସୁଯୋଗ ପାଇପାରିବେ

109

ସପ୍ତଦଶ ମୁମ୍ବାଇ ବୃତ୍ତଚିତ୍ର, କ୍ଷୁଦ୍ର ଫିକ୍‍ସନ୍‍ ଓ ଆନିମେସନ ଚଳଚ୍ଚିତ୍ର – ଏମ୍‍.ଆଇ.ଏଫ୍‍.ଏଫ୍‍.-୨୦୨୨ ଗତକାଲି ମୁମ୍ବାଇର ନେହେରୁ କେନ୍ଦ୍ରରେ
ଏକ ଚିତ୍ତାକର୍ଷକ କାର୍ଯ୍ୟକ୍ରମ ସହ ଆରମ୍ଭ ହୋଇଛି । କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅନ୍ତର୍ଗତ ଚଳଚ୍ଚିତ୍ର ପ୍ରଭାଗ ପକ୍ଷରୁ ଏହି ମହୋତ୍ସବ
ସାତଦିନ ବ୍ୟାପୀ ଅନୁଷ୍ଠିତ ହେବ । କେନ୍ଦ୍ର ବାଣିଜ୍ୟ, ଶିଳ୍ପ ଓ ଖାଉଟି ବ୍ୟାପାର ମନ୍ତ୍ରୀ ପୀୟୁଷ ଗୋୟଲ ଗତକାଲି ଏହାର ଉଦ୍‍ଘାଟନ କରିଛନ୍ତି ।
ସ୍ୱାଧୀନତା ପ୍ରାପ୍ତିର ୫୦ ବର୍ଷ ପୂର୍ତ୍ତି ଅବସରରେ ବାଂଲାଦେଶକୁ ଚଳିତ ବର୍ଷ ଫୋକସ୍‍ ଦେଶ ଭାବେ ରଖାଯାଇଛି । ବାଂଲାଦେଶ ୧୧ଟି ଚଳଚ୍ଚିତ୍ରର
ପ୍ୟାକେଜ୍‍ ସହ ବହୁଚଚ୍ଚିର୍ତ ‘ହସିନା-ଏ-ଡଟର୍ସ ଟେଲ୍‍’ ଏଥିରେ ପ୍ରଦର୍ଶିତ ହେବ ।

ଲେଖକ ସଞ୍ଜିତ ନରଭେକର୍‍ଙ୍କୁ ଚଳିତ ବର୍ଷ ଡକ୍ଟର ଭି. ସାନ୍ତାରାମ ଜୀବନବ୍ୟାପୀ ସାଧନା ସମ୍ମାନ ପ୍ରଦାନ କରାଯାଇଛି । କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଏକ ଭିଡ଼ିଓ ବାର୍ତ୍ତାରେ କହିଛନ୍ତି, ବୃତ୍ତଚିତ୍ର ଚଳଚ୍ଚିତ୍ରର ସମାଜରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ରହିଛି । ସେହିଭଳି ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍‍. ମୁରୁଗାନ୍‍ ତାଙ୍କ ଅଭିଭାଷଣରେ କହିଛନ୍ତି, କାନ୍‍ ଚଳଚ୍ଚିତ୍ର ମହୋତ୍ସବରେ ଭାରତର ଉପସ୍ଥିତି ବେଶ୍‍ ଉତ୍ସାହଜନକ ଥିଲା ।

ଶଙ୍ଖ ସେନ୍‍ଙ୍କ ଚଳଚ୍ଚିତ୍ର ‘ଅଲ୍‍ ଦ୍ୟାଟ୍‍ ବ୍ରିଜ୍‍’ ଭାରତକୁ ପରିଚିତ କରିବା ସହ ଶ୍ରେଷ୍ଠ ବୃତ୍ତଚିତ୍ର ପୁରସ୍କାର ଲାଭ କରିଥିଲା । ଏହି ମହୋତ୍ସବହାଇବ୍ରିଡ୍‍
ମୋଡ଼୍‍ରେ ଆୟୋଜନ କରାଯାଇଥିବାବେଳେ ଯେଉଁମାନେ ପୂର୍ବରୁ ପଞ୍ଜୀକରଣ କରିଛନ୍ତି, ସେମାନେ ଅନ୍‍ଲାଇନ୍‍ରେ ବିନା ମୂଲ୍ୟରେ ଏହି
ଚଳଚ୍ଚିତ୍ରଗୁଡ଼ିକୁ ଦେଖିବାର ସୁଯୋଗ ପାଇପାରିବେ ।

Comments are closed, but trackbacks and pingbacks are open.