। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁଛି ଏହାର ପ୍ରଭାବରେ କେରଳର ଅନେକ ସ୍ଥାନରେ ହାଲୁକା ବର୍ଷା ଆରମ୍ଭ ହୋଇଛି । ଦକ୍ଷିଣ ତାମିଲ୍ନାଡ଼ରୁ କିଛି ଅଞ୍ଚଳରେ ମଧ୍ୟ ମୌସୁମୀ ସକ୍ରିୟ ହୋଇଛି ।
ପାଗ ଅନୁକୂଳ ଥିବାରୁ ଆସନ୍ତା ତିନି ଦିନ ମଧ୍ୟରେ କେନ୍ଦ୍ରୀୟ ଆରବ ସାଗରର କିଛି ଅଞ୍ଚଳ, କେରଳର ଅବଶିଷ୍ଟ ଅଞ୍ଚଳ, ତାମିଲ୍ନାଡ଼ୁର କିଛି ଅଞ୍ଚଳ, କର୍ଣ୍ଣାଟକର କିଛି ଅଞ୍ଚଳରେ ମୌସୁମୀ ସକ୍ରିୟ ହେବ ବୋଲି ପାଣିପାଗ ବିଭାଗ କହିଛି ।
ଜୁନ୍ ମାସ ୧୦ ତାରିଖ ସୁଦ୍ଧା ଓଡ଼ିଶାରେ ମୌସୁମୀ ପ୍ରଭାବରେ ବର୍ଷା ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।
Comments are closed, but trackbacks and pingbacks are open.