ଭାରତର ବିକାଶ, ସୁରକ୍ଷା ଓ ସଭ୍ୟତା କୁଟନୀତିର କେନ୍ଦ୍ରବିନ୍ଦୁ-ବୈଦେଶିକ ମନ୍ତ୍ରୀ ଏସ୍‍. ଜୟଶଙ୍କର

102

ବୈଦେଶିକ ମନ୍ତ୍ରୀ ଏସ୍‍. ଜୟଶଙ୍କର କହିଛନ୍ତି କେନ୍ଦ୍ର ସରକାରଙ୍କ ବୈଦେଶିକ ନୀତିରେ ସର୍ବଦା ଲୋକମାନଙ୍କୁ ପ୍ରାଧାନ୍ୟ ଦିଆଯାଇ ଆସିଛି । କିଛି ଟ୍ୱିଟ୍‍ କରି ସେ କହିଛନ୍ତି ଭାରତର ବିକାଶ, ସୁରକ୍ଷା ଓ ସଭ୍ୟତା କୁଟନୀତିର କେନ୍ଦ୍ରବିନ୍ଦୁ ରହିଛି । ଜନସାଧାରଣଙ୍କ ହିତ ପାଇଁ କୁଟନୀତିକୁ ସାବଲୀଳ କରାଯାଇଛି । ସେ କହିଛନ୍ତି ପାସ୍‍ପୋର୍ଟ ଜାରି କରାଯିବା ପ୍ରକ୍ରିୟା ସରଳ ହୋଇଛି ଓ ପୂର୍ବାପେକ୍ଷା କମ୍‍ ସମୟ ମଧ୍ୟରେ ଏବଂ କୌଣସି ଦୁର୍ନୀତି ବିନା ପାସ୍‍ପୋର୍ଟ ଜାରି କରାଯାଉଛି ।


କେନ୍ଦ୍ର ସରକାର ବିଦେଶରେ ରହୁଥିବା ଭାରତୀୟମାନଙ୍କ ସୁରକ୍ଷା ପାଇଁ କୋବିଡ ସମୟରେ ବନ୍ଦେ ଭାରତ ମିଶନ ଆରମ୍ଭ କରିଥିଲେ । ରୁଷ-ୟୁକ୍ରେନ୍‍ ଯୁଦ୍ଧ ସମୟରେ ମଧ୍ୟ ଅପରେସନ ଗଙ୍ଗା ଆରମ୍ଭ କରାଯାଇଥିଲା । ଶ୍ରୀ ଜୟଶଙ୍କର କହିଛନ୍ତି ଶ୍ରମିକ ଓ ଗରିବ ମାନଙ୍କ ପାଇଁ କଲ୍ୟାଣକର ପାଣ୍ଠି ପ୍ରଦାନ କରାଯାଉଛି । ପ୍ରତିଭାଶାଳୀ ଭାରତୀୟ ପେଶାଦାର, ଶ୍ରମିକ ଓ ଛାତ୍ରଛାତ୍ରୀମାନଙ୍କ ପାଇଁ ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି କରାଯାଇଛି । ସେ କହିଛନ୍ତି ଘଊଇ ସରକାର ଭାରତରେ ପୁଞ୍ଜି ନିବେଶକୁ ପ୍ରୋତ୍ସାହିତ କରି ଆସୁଛନ୍ତି ଓ ରପ୍ତାନୀ ବୃଦ୍ଧି ଦିଗରେ କାର୍ଯ୍ୟ କରୁଛନ୍ତି । ଏହା ଦେଶରେ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଛି । ଭାରତୀୟମାନେ ବିଦେଶରେ କାର୍ଯ୍ୟ କରିବା ପାଇଁ ସରକାର ସମସ୍ତ ସୁବିଧା ଯୋଗାଇ ଦେଉଛନ୍ତି ।

Comments are closed, but trackbacks and pingbacks are open.