ନ୍ୟାଶନାଲ୍ ଡିଫେନ୍ସ ଏକାଡେମୀର ୧୪୨ତମ ପାଶିଙ୍ଗ୍ ଆଉଟ୍ ପ୍ୟାରେଡ୍ ପୁଣେ ସ୍ଥିତ କ୍ଷେତ୍ରପାଳ ମଇଦାନଠାରେ ଅନୁଷ୍ଠିତ ହୋଇଛି । କ୍ୟାଡେଟ୍ ମାନେ ଚିତ୍ତାକର୍ଷକ ପ୍ୟାରେଡ୍ ପ୍ରଦର୍ଶନ କରିଛନ୍ତି ।
ଏହି ଅବସରରେ ଉଦ୍ବୋଧନ ଦେଇ ବିମାନ ବାହିନୀ ମୁଖ୍ୟ ମାର୍ଶାଲ୍ ବିବେକ ରାମ ଚୌଧୁରୀ କହିଛନ୍ତି ଯୁଦ୍ଧକୌଶଳରେ ଅନେକ ପରିବର୍ତ୍ତନ ଘଟିଛି ଓ ସେ ଦୃଷ୍ଟିରୁ ବୈଷୟିକ ଜ୍ଞାନର ବ୍ୟବହାର କରି ଏହାର ମୁକାବିଲା କରିବାକୁ ହେବ ।
କ୍ୟାଡେଟ୍ ଅଭିମନ୍ୟୁ ସିଂ ରାଠୋଡ୍ଙ୍କୁ ସ୍ୱର୍ଣ୍ଣପଦକ ପ୍ରଦାନ କରାଯାଇଥିବା ବେଳେ କ୍ୟାଡେଟ୍ ଅରବିନ୍ଦ ଚୌହାନଙ୍କୁ ରୌପ୍ୟ ପଦକ ଓ କ୍ୟାଡେଟ୍ ନୀତିନ ଶର୍ମାଙ୍କୁ ବ୍ରୋଞ୍ଜ ପଦକ ପ୍ରଦାନ କରାଯାଇଛି ।
Comments are closed, but trackbacks and pingbacks are open.