ନାଗପୁର – ମହାରାଷ୍ଟ୍ର ନିର୍ବାଚନରେ ଜୋର ସୋରରେ ପ୍ରଚାର କାର୍ଯ୍ୟ ଚାଲିଛି । ଏବେ ସମସ୍ତ ମୁଖ୍ୟ ରଜନୈତିକ ଦଳ ପରସ୍ପରକୁ ଟାର୍ଗେଟ କରି ବୟାନ ବାଜି କରୁଛନ୍ତି । ନାଗପୁରରେ ଆୟୋଜିତ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିନସ୍ କଂଗ୍ରେସରୁ ଟାର୍ଗେଟ କରିଛନ୍ତ । କଂଗ୍ରେସ ଓ ଏନ୍ସିପି ମେଣ୍ଟ କେବଳ କଥା କୁହନ୍ତୁ କାମ କରନ୍ତି ନାହିଁ ପ୍ରତିଶୃତି ପୂରଣ କରନ୍ତି ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ନିର୍ବାଚନୀ ଘୋଷଣା ପତ୍ରରେ କଂଗ୍ରେସ ଓ ଏନ୍ସିପି ମେଣ୍ଟ କେବଳ ବଡ ବଡ ପ୍ରତିଶୃତି ଦିଅନ୍ତି , ସମସ୍ତ ଲୋକଙ୍କ ପାଇଁ ତାଜମହଲ କରିବ ସମସ୍ତଙ୍କୁ ଚନ୍ଦ୍ରରେ ଗୋଟିଏ ଗୋଟିଏ ଜାଗା ଦେବେ ପରି ଇସ୍ତାହାର ଘୋଷଣା ପତ୍ର କରିଛନ୍ତି ବୋଲି ସେ କହିଛନ୍ତି ।
କଂଗ୍ରେସ ଓ ଏନ୍ସିପି ମେଣ୍ଟ ନିର୍ବାଚନୀ ଘୋଷଣ ପତ୍ରରେ ବେକର ଥିବା ଲୋକଙ୍କୁ ୫ ହଜାର ଟଙ୍କା ଅତି କମ୍ରେ ୨୧ ହଜାର ଟଙ୍କା ପାରିଶ୍ରମିକ ଦେବେ ବୋଲି ଘୋଷଣା କରିଥିଲେ ।