ମୁମ୍ବଇ – ମହାରାଷ୍ଟ୍ରରେ ଅକ୍ଟୋବର ୨୧ ତାରିଖରେ ନିର୍ବାଚନ ହେବ । ଏଥିପାଇଁ ସମସ୍ତ ରାଜନୈତିକ ଦଳ ଜୋରଦାର ପ୍ରଚାର ଚଳାଇଛନ୍ତି । ସମସ୍ତ ରାଜନୈତିକ ଦଳ ନିର୍ବାଚନୀ ଇସ୍ତାହର ପ୍ରକାଶ କରିଛନ୍ତି । ବିଜେପି ନିଜର ନିର୍ବାଚନୀ ଇସ୍ତାହାରରେ ଏକ କୋଟି ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି କହିଛି । ୪୦ ପୃଷ୍ଟା ନିର୍ବାଚନୀ ଇସ୍ତାହାରରେ ସମ୍ପନ୍ନ , ସମୃଦ୍ଧ ଓ ସମର୍ଥ ବୋଲି ଉଲ୍ଲେଖ କରାଯାଇଛି ।
ଗତ ୫ ବର୍ଷ ମଧ୍ୟରେ ବିଜେପି ନେତୃତ୍ୱାଧୀନ ସରକାର ରାଜ୍ୟରେ ଅନେକ ଉନ୍ନତି ମୂଳକ କାର୍ଯ୍ୟ କରିଥିବା ସେ ପ୍ରକାଶ କରିଛନ୍ତି ।