Sign in
Sign in
Recover your password.
A password will be e-mailed to you.
ଶ୍ରୀମନ୍ଦିର ପ୍ରସ୍ତାବିତ ବାଇ-ଲ ପ୍ରତ୍ୟାହାର
ପୁରୀ - ବିଭିନ୍ନ ବର୍ଗରୁ ବିରୋଧ ପରେ ଶେଷରେ ଗତକାଲି ଶ୍ରୀମନ୍ଦିର ପ୍ରସ୍ତାବିତ ବାଇ-ଲ ପ୍ରତ୍ୟାହାର କରାଯାଇଛି । ଏ ନେଇ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ସେ କହିଛନ୍ତି, ଜାତୀୟ ସ୍ମାରକ ପ୍ରାଧିକରଣ ଅଧ୍ୟକ୍ଷଙ୍କ ଅଜାଣତରେ ନୋଟିସ୍…
ଉତ୍ତରାଖଣ୍ଡର ଦେବ ଭୂମିରେ ପ୍ରଳୟ – ଭାସିଗଲା ପୋଲ, ବିରାଟ ନଦୀ ବନ୍ଧ
ଉତ୍ତରାଖଣ୍ଡରେ ଗତକାଲି ହିମସ୍ଖଳନ ଯୋଗୁଁ ଅଚାନକ ବନ୍ୟା ଆସି ବହୁ ଧନଜୀବନ ପ୍ରଭାବିତ ହୋଇଛି । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରି ପ୍ରଭାବିତ ହୋଇଥିବା ପ୍ରତିଟି ପରିବାର ପ୍ରତି ସମବେଦନା ଜଣାଇଛନ୍ତି ।
ଏଭଳି ଦୁଃଖଦ ସମୟରେ…
ରାଜ୍ୟରେ ଆଜି ନବମ ଓ ଏକାଦଶ ଶ୍ରେଣୀର ପିଲାମାନଙ୍କ ପାଇଁ ବିଦ୍ୟାଳୟ ଖୋଲିବଖୁବ୍ ଶୀଘ୍ର ପ୍ରଥମରୁ ଅଷ୍ଟମ ଶ୍ରେଣୀ…
ରାଜ୍ୟରେ ଆଜି ନବମ ଓ ଏକାଦଶ ଶ୍ରେଣୀର ପିଲାମାନଙ୍କ ପାଇଁ ବିଦ୍ୟାଳୟ ଖୋଲିବ । କୋଭିଡ୍ କଟକଣା ଭିତରେ ପାଠପଢ଼ା କାର୍ଯ୍ୟ
ଆସନ୍ତା ଏପ୍ରିଲ୍ ମାସ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ । ସପ୍ତାହର ସୋମବାରଠାରୁ ଶନିବାର ପର୍ଯ୍ୟନ୍ତ ସକାଳ ସାଢ଼େ ୮ଟାରୁ ସାଢ଼େ ୧୦ଟା
ପର୍ଯ୍ୟନ୍ତ କ୍ଲାସ୍ ଚାଲିବ ଏବଂ…
ରାଜ୍ୟରେ ମାଓ ଦମନ ଉପରେ ଗୁରୁତ୍ୱ
ପୁଲିସ୍ ମହାନିର୍ଦ୍ଦେଶକ ଶ୍ରୀ ଅଭୟ କୋରାପୁଟଠାରେ ଏକ ଉଚ୍ଚସ୍ତରୀୟ ପୁଲିସ୍ ଅଧିକାରୀଙ୍କ ବୈଠକରେ ରାଜ୍ୟରେ ମାଓ ଦମନ ଉପରେ
ଗୁରୁତ୍ୱ ଆରୋପ କରିଛନ୍ତି । କୋରାପୁଟ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର, ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲା ଏସ୍ପିମାନଙ୍କ ସହିତ ବୈଠକରେ ଡିଜିପି ମାଓ ଦମନ ଉପରେ…
ପୁରୀ ଜେଲ୍ରେ ଜଣେ ବିଚାରାଧୀନ କଏଦୀର ମୃତ୍ୟୁ
ପୁରୀ ଜେଲ୍ରେ ଜଣେ ବିଚାରାଧୀନ କଏଦୀର ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅସୁସ୍ଥ ଅବସ୍ଥାରେ ତାଙ୍କୁ ଜେଲ୍ରୁ ପୁରୀ
ମେଡ଼ିକାଲକୁ ନିଆଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏକ ଘରୋଇ ଗଣ୍ଡଗୋଳ ମାମଲାରେ ଗିରଫ ହୋଇ ସେ ପୁରୀ ଜେଲ୍ରେ ଥିଲେ । ଜେଲ୍ରେ ତାଙ୍କୁ…
ରାଜ୍ୟରେ କମିଲା ଶୀତ
ରାଜ୍ୟରେ ଶୀତର ପ୍ରଭାବ ସାମାନ୍ୟ ହ୍ରାସ ପାଇଛି । ଜି.ଉଦୟଗିରିଠାରେ ସର୍ବନିମ୍ନ ତାପମାତ୍ରା ୫ ଦଶମିକ ୪ ଡିଗ୍ରୀ ସେଲ୍ସିୟସ ରେକର୍ଡ
କରାଯାଇଥିବାବେଳେ ଫୁଲବାଣୀଠାରେ ୮ ଦଶମିକ ୫ ଡିଗ୍ରୀ ସେଲସିୟସ୍ ରହିଛି ।
ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କନ୍ଧମାଳ, କଳାହାଣ୍ଡି, କେନ୍ଦୁଝର,…
ଯୁକ୍ତଦୁଇ-ଫର୍ମ ପୂରଣ ୬ ତାରିଖରୁ
ଯୁକ୍ତଦୁଇ-ଫର୍ମ ପୂରଣ ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକ ଛାତ୍ରଛାତ୍ରୀଙ୍କ ବାର୍ଷିକ ପରୀକ୍ଷା ପାଇଁ ଆସନ୍ତା ୬ ତାରିଖରୁ ଫର୍ମ ପୂରଣ ଆରମ୍ଭ ହେବ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏ ନେଇ ଗତକାଲି ବିଜ୍ଞପ୍ତି ପ୍ରକାଶ ପାଇଛି । ଏକ୍ସ୍ରେଗୁଲାର ଛାତ୍ରଛାତ୍ରୀ ୧୨…
ଓଡିଶାର ବିଭିନ୍ନ ଜାତୀୟ ରାଜପଥରେ ପୁଲିସ ପାଟ୍ରୋଲିଂ କଡାକଡି କରିବାକୁ ନିର୍ଦେଶ- ୧୮ଟି ପାଟ୍ରୋଲିଂ ଗାଡିକୁ ପତାକା…
ଜାତୀୟ ରାଜପଥରେ ପୁଲିସ୍ ପେଟ୍ରୋଲିଂ ବ୍ୟବସ୍ଥାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଉଦ୍ଘାଟନ କରିଛନ୍ତି । ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଏହି ବ୍ୟବସ୍ଥାର ଉଦ୍ଘାଟନ କରିଥିଲେ ।
ଏହାଦ୍ୱାରା ରାଜ୍ୟ ଭିତରେ ଯାଇଥିବା ଜାତୀୟ ରାଜପଥଗୁଡ଼ିକରେ ବିଭିନ୍ନ ସମୟରେ…
ପ୍ରଦୂଷଣ କରୁଥିବା ୨୯ ଶିଳ୍ପ ସଂସ୍ଥାକୁ ବନ୍ଦ କରିବା ପାଇଁ ନିର୍ଦେଶ
ରାଜ୍ୟରେ ଚିହ୍ନଟ ହୋଇଥିବା ପ୍ରଦୂଷଣକାରୀ ଶିଳ୍ପ ସଂସ୍ଥାଗୁଡ଼ିକ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ରାଜ୍ୟ ପ୍ରଦୂଷଣ ବୋର୍ଡକୁ ନିର୍ଦ୍ଦେଶ ଦେଇଛନ୍ତି । ଜଙ୍ଗଲ ଓ ପରିବେଶ ବିଭାଗ ଏବଂ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଗତକାଲି ଏ…
୧୮ ତାରିଖରୁ ଓଡ଼ିଶା ବଜେଟ
ଷୋଡଶ ବିଧାନସଭାର ବଜେଟ୍ ଅଧିବେଶନ ଆସନ୍ତା ୧୮ ତାରିଖରୁ ଆରମ୍ଭ ହେବ । ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଥିବା ଏହି
ବିଧାନସଭା ଅଧିବେଶନରେ ମୋଟ ୩୧ଟି କାର୍ଯ୍ୟଦିବସ ରହିଛି । ପ୍ରଥମ ପର୍ଯ୍ୟାୟ ଅଧିବେଶନ ଚଳିତମାସ ୧୮ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ଦ୍ୱିତୀୟ…