ପୁରୀ ଜେଲ୍ରେ ଜଣେ ବିଚାରାଧୀନ କଏଦୀର ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅସୁସ୍ଥ ଅବସ୍ଥାରେ ତାଙ୍କୁ ଜେଲ୍ରୁ ପୁରୀ
ମେଡ଼ିକାଲକୁ ନିଆଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏକ ଘରୋଇ ଗଣ୍ଡଗୋଳ ମାମଲାରେ ଗିରଫ ହୋଇ ସେ ପୁରୀ ଜେଲ୍ରେ ଥିଲେ । ଜେଲ୍ରେ ତାଙ୍କୁ ମାରି ଦିଆଯାଇଛି ବୋଲି କଏଦୀଙ୍କ ନିକଟ ସଂପର୍କୀୟ ରାମଚଣ୍ଡୀ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ।
ଜାତୀୟ ମାନବାଧିକାର କମିଶନଙ୍କ ଗାଇଡଲାଇନ ଅନୁସାରେ ଘଟଣାର ତଦନ୍ତ କରାଯିବ ବୋଲି ପୁରୀ ଆରକ୍ଷ ଅଧିକ୍ଷକ ବିଶାଳ କନୱର ସିଂ କହିଛନ୍ତି ।