ରାଜ୍ୟରେ ଶୀତର ପ୍ରଭାବ ସାମାନ୍ୟ ହ୍ରାସ ପାଇଛି । ଜି.ଉଦୟଗିରିଠାରେ ସର୍ବନିମ୍ନ ତାପମାତ୍ରା ୫ ଦଶମିକ ୪ ଡିଗ୍ରୀ ସେଲ୍ସିୟସ ରେକର୍ଡ
କରାଯାଇଥିବାବେଳେ ଫୁଲବାଣୀଠାରେ ୮ ଦଶମିକ ୫ ଡିଗ୍ରୀ ସେଲସିୟସ୍ ରହିଛି ।
ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କନ୍ଧମାଳ, କଳାହାଣ୍ଡି, କେନ୍ଦୁଝର, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ଦେବଗଡ଼ ଜିଲ୍ଲାରେ ଶୀତ ଲହରୀ ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।