ଯୁକ୍ତଦୁଇ-ଫର୍ମ ପୂରଣ ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକ ଛାତ୍ରଛାତ୍ରୀଙ୍କ ବାର୍ଷିକ ପରୀକ୍ଷା ପାଇଁ ଆସନ୍ତା ୬ ତାରିଖରୁ ଫର୍ମ ପୂରଣ ଆରମ୍ଭ ହେବ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏ ନେଇ ଗତକାଲି ବିଜ୍ଞପ୍ତି ପ୍ରକାଶ ପାଇଛି । ଏକ୍ସ୍ରେଗୁଲାର ଛାତ୍ରଛାତ୍ରୀ ୧୨ ତାରିଖ ପର୍ଯ୍ୟନ୍ତ ବିନା ଜରିମାନାରେ ଫର୍ମ ପୂରଣ କରିପାରିବେ ।
ସେହିଭଳି ରେଗୁଲାର୍ ଓ ପତ୍ରବିନିମୟ ପାଠ୍ୟକ୍ରମର ଛାତ୍ରଛାତ୍ରୀ ଆସନ୍ତା ୧୨ରୁ ୨୪ ତାରିଖ ମଧ୍ୟରେ ବିନା ଜରିମାନାରେ ଫର୍ମ ପୂରଣ କରିପାରିବେ । ଫର୍ମ ପୂରଣ କେବଳ ଅନ୍ଲାଇନ୍ ମାଧ୍ୟମରେ ଅନୁଷ୍ଠିତ ହେବ । ଏହି ନିର୍ଦ୍ଧାରିତ ସମୟସୀମା ମଧ୍ୟମରେ ଫର୍ମ ପୂରଣ କରିପାରିନଥିବା ଛାତ୍ରଛାତ୍ରୀ ପରେ ଜରିମାନା ସହ ଫର୍ମ ପୂରଣ କରିବାର ସମୟସୀମା ମଧ୍ୟ ଏହି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ।