ପୁଲିସ୍ ମହାନିର୍ଦ୍ଦେଶକ ଶ୍ରୀ ଅଭୟ କୋରାପୁଟଠାରେ ଏକ ଉଚ୍ଚସ୍ତରୀୟ ପୁଲିସ୍ ଅଧିକାରୀଙ୍କ ବୈଠକରେ ରାଜ୍ୟରେ ମାଓ ଦମନ ଉପରେ
ଗୁରୁତ୍ୱ ଆରୋପ କରିଛନ୍ତି । କୋରାପୁଟ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର, ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲା ଏସ୍ପିମାନଙ୍କ ସହିତ ବୈଠକରେ ଡିଜିପି ମାଓ ଦମନ ଉପରେ ଗୁରୁତ୍ୱ ଆରୋପ କରିବା ସହିତ ଆଗାମୀ ଦିନରେ ମାଓପ୍ରବଣ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଗଞ୍ଜେଇ ଚୋରା କାରବାର ରୋକିବା ଉପରେ ପଦକ୍ଷେପ ନେବାକୁ ସେ ଜିଲ୍ଲା ଏସ୍ପିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଅବସରରେ ସେ ରେଲୱେ ନିକଟରେ ଓଏସଏପିର ଏକ ନୂତନ କୋଠାକୁ ଉଦ୍ଘାଟନ କରିଥିଲେ । ଆୟୋଜିତ ବୈଠକରେ ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ଆର୍.ପି. ଶର୍ମା, ଦକ୍ଷିଣାଞ୍ଚଳ ରେଞ୍ଜର ସମସ୍ତ ଏସ୍ପି, ଡିଆଇଜିଙ୍କ ସମେତ ଅପରେସନ ଆଇଜି ପ୍ରମୁଖ ଉପସ୍ଥିତ ଥିଲେ ।