ରାଜ୍ୟରେ ଆଜି ନବମ ଓ ଏକାଦଶ ଶ୍ରେଣୀର ପିଲାମାନଙ୍କ ପାଇଁ ବିଦ୍ୟାଳୟ ଖୋଲିବଖୁବ୍‍ ଶୀଘ୍ର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ଆରମ୍ଭ

0 1,721

ରାଜ୍ୟରେ ଆଜି ନବମ ଓ ଏକାଦଶ ଶ୍ରେଣୀର ପିଲାମାନଙ୍କ ପାଇଁ ବିଦ୍ୟାଳୟ ଖୋଲିବ । କୋଭିଡ୍‍ କଟକଣା ଭିତରେ ପାଠପଢ଼ା କାର୍ଯ୍ୟ
ଆସନ୍ତା ଏପ୍ରିଲ୍‍ ମାସ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ । ସପ୍ତାହର ସୋମବାରଠାରୁ ଶନିବାର ପର୍ଯ୍ୟନ୍ତ ସକାଳ ସାଢ଼େ ୮ଟାରୁ ସାଢ଼େ ୧୦ଟା
ପର୍ଯ୍ୟନ୍ତ କ୍ଲାସ୍‍ ଚାଲିବ ଏବଂ ରବିବାର ସ୍କୁଲ ବନ୍ଦ ରହିବ ।

ତେବେ ସ୍ଥାନୀୟ ପାଣିପାଗକୁ ଦୃଷ୍ଟିରେ ରଖି ସମୟରେ ପରିବର୍ତ୍ତନ କରାଯାଇପାରିବ ବୋଲି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ଏ ସଂକ୍ରାନ୍ତ ବିଜ୍ଞପ୍ତିରେ କୁହାଯାଇଛି । ଆସନ୍ତା ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ନବମ ଓ ଏକାଦଶ ଶ୍ରେଣୀର ପିଲାଙ୍କ ପାଇଁ ୟୁନିଟ୍‍ ଟେଷ୍ଟ ହେବ ଏବଂ ବାର୍ଷିକ ପରୀକ୍ଷା ଏପ୍ରିଲ୍‍ ମାସ ଶେଷ ସପ୍ତାହରେ ହେବ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି । ବିଭିନ୍ନ ସ୍କୁଲରେ ଖାଲିପଡ଼ିଥିବା ଶିକ୍ଷକ ପଦବୀକୁ ଦୃଷ୍ଟିରେ ରଖି ଆବଶ୍ୟକସ୍ଥଳେ ଅବସରପ୍ରାପ୍ତ ଶିକ୍ଷକଙ୍କୁ ମଧ୍ୟ ଶିକ୍ଷାଦାନରେ ନିୟୋଜିତ କରାଯାଇ ପାରିବ ।

ପୂର୍ବରୁ ଅଙ୍ଗନୱାଡ଼ି କେନ୍ଦ୍ର ଖୋଲାଯାଇଥିବାବେଳେ ଖୁବ୍‍ ଶୀଘ୍ର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ଆରମ୍ଭ କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ମନ୍ତ୍ରୀ ଶ୍ରୀ ଦାଶ ଆଜି ଭୁବନେଶ୍ୱର ବାଣୀବିହାରସ୍ଥିତ ୟୁନିଭରସିଟି
ହାଇସ୍କୁଲକୁ ଗସ୍ତ କରି ଶିକ୍ଷାଦାନ ସଂକ୍ରାନ୍ତରେ ଅନୁଧ୍ୟାନ କରିଥିଲେ ।

Leave A Reply