ଉତ୍ତରାଖଣ୍ଡର ଦେବ ଭୂମିରେ ପ୍ରଳୟ – ଭାସିଗଲା ପୋଲ, ବିରାଟ ନଦୀ ବନ୍ଧ

0 2,088

ଉତ୍ତରାଖଣ୍ଡରେ ଗତକାଲି ହିମସ୍ଖଳନ ଯୋଗୁଁ ଅଚାନକ ବନ୍ୟା ଆସି ବହୁ ଧନଜୀବନ ପ୍ରଭାବିତ ହୋଇଛି । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରି ପ୍ରଭାବିତ ହୋଇଥିବା ପ୍ରତିଟି ପରିବାର ପ୍ରତି ସମବେଦନା ଜଣାଇଛନ୍ତି ।

 

ଏଭଳି ଦୁଃଖଦ ସମୟରେ ଉତ୍ତରାଖଣ୍ଡବାସୀଙ୍କ ସହ ସେ ରହିଛନ୍ତି ଏବଂ ସେମାନଙ୍କ ସୁରକ୍ଷିତ ଜୀବନ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥନା କରିଛନ୍ତି ।
ଏଠାରେ ସୂଚନାଯୋଗ୍ୟ, ଉତ୍ତରାଖଣ୍ଡ ଚମୋଲି ଜିଲ୍ଲାରେ ଗତକାଲି ତୁଷାର ସ୍ଖଳନ ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ନଦୀବନ୍ଧ
ଧସିଯିବାରୁ ପ୍ରାୟ ଦେଢ଼ଶହ ଲୋକ ନିଖୋଜ ଥିବା ଜଣାପଡ଼ିଛି । ସେମାନଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା୧୦ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ବର୍ତ୍ତମାନ ସେଠାରେ ଯୁଦ୍ଧକାଳୀନ ଭିତ୍ତିରେ ରିଲିଫ୍‍ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

Leave A Reply