ପ୍ରଦୂଷଣ କରୁଥିବା ୨୯ ଶିଳ୍ପ ସଂସ୍ଥାକୁ ବନ୍ଦ କରିବା ପାଇଁ ନିର୍ଦେଶ

0 1,269

ରାଜ୍ୟରେ ଚିହ୍ନଟ ହୋଇଥିବା ପ୍ରଦୂଷଣକାରୀ ଶିଳ୍ପ ସଂସ୍ଥାଗୁଡ଼ିକ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ରାଜ୍ୟ ପ୍ରଦୂଷଣ ବୋର୍ଡକୁ ନିର୍ଦ୍ଦେଶ ଦେଇଛନ୍ତି । ଜଙ୍ଗଲ ଓ ପରିବେଶ ବିଭାଗ ଏବଂ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଗତକାଲି ଏ ସଂକ୍ରାନ୍ତ ଏକ ରିପୋର୍ଟ ବିଧାନସଭା ଗୃହ କମିଟିକୁ ପ୍ରଦାନ କରାଯାଇଥିଲା ।

ରିପୋର୍ଟ ଆଧାରରେ କମିଟିର ଅଧ୍ୟକ୍ଷ ବାଚସ୍ପତି ଏହି ନିର୍ଦ୍ଦେଶ ଦେଇଛନ୍ତି । ରିପୋର୍ଟ ଅନୁଯାୟୀ ଅତ୍ୟଧିକ ପ୍ରଦୂଷଣକାରୀ ଏବଂ ବାୟୁ ଓ ଜଳ ପ୍ରଦୂଷଣ ନିୟମ ଉଲ୍ଲଙ୍ଘନ କରୁଥିବା ୧୧ଟି ଶିଳ୍ପ ସଂସ୍ଥାକୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ
ଇତିମଧ୍ୟରେ କାରଣ ଦର୍ଶାଅ ନୋଟିସ୍‍ ଜାରି କରାଯାଇଛି । ନିୟମ ଉଲ୍ଲଙ୍ଘନ କରୁଥିବା ଅଭିଯୋଗରେ ୨୯ଟି ଶିଳ୍ପ ସଂସ୍ଥା ବନ୍ଦ କରିବାକୁ ମଧ୍ୟ ବୋର୍ଡ ପକ୍ଷରୁ ପଦକ୍ଷେପ ନିଆଯାଇଛି ବୋଲି ରିପୋର୍ଟରେ ଉଲ୍ଲେଖ ହୋଇଛି ।

Leave A Reply