ପରିବର୍ତ୍ତିତ ପାଣିପାଗରେ ତ୍ୱଚାର ଯତ୍ନ ପାଇଁ ଆପଣାନ୍ତୁ ଏହି ଉପାୟ

0 898

ଭୁବନେଶ୍ୱର: ଖରା ଦିନ ଆସିଗଲାଣି । ଖରାଦିନରେ ତ୍ୱଚାର ଯତ୍ନ ନେବା ବହୁତ ଜରୁରୀ ହୋଇଥାଏ । ଆପଣ କିଛି ଏମିତି ଟିପ୍ସ ଆପାଣାନ୍ତୁ ଯେଉଁଥିରେ ଆପଣଙ୍କର ତ୍ୱଚାର ଯତ୍ନ ଓ ସୁରକ୍ଷା କରିପାରିବ । ଆସନ୍ତୁ ଜାଣିବା ତ୍ୱଚାର ସୁରକ୍ଷା ପାଇଁ କିଛି ସହଜ ଟିପ୍ସ ବିଷୟରେ ।
ସାବୁନ: ଆପଣଙ୍କୁ ୫ ରୁ ୫.୫ର ପିଏଚ ଭେଲ୍ୟୁ ଥିବା ସାବୁନ କିଣିବା ଆବଶ୍ୟକ । ଆପଣଙ୍କୁ ଏହା ମଧ୍ୟ ଧ୍ୟାନ ରଖିବା ଦରକାର ଯେ ସାବୁନରେ ପର୍ଯ୍ୟାପ୍ତ ପରିମାଣରେ ମିନିରଲ ଅୟେଲ ବା ଗ୍ଳେସରିନ ରହିଥିବ । ଯଦି ଆପଣଙ୍କୁ ଏପରି ସାବୁନ ମିଳୁନାହି, ତା’ ହେଲେ ଗାଧୋଇ ସାରିବା ପରେ ମିନିରାଲ ତେଲ ଥିବା ବଡିଲୋଶନ ମଧ୍ୟ ଲଗାଇ ପାରିବେ ।
ଗାଧୋଇବା: ଗାଧୋଇ ସାରିବା ପରେ ଧ୍ୟାନ ରଖନ୍ତୁ ଯେ, ଆପଣ ଶରୀରକୁ ପୁରା ଶୁଖାନ୍ତୁ ନାହିଁ, ତାକୁ ହଲକା ଭାବେ ପୋଛି ଦିଅନ୍ତୁ । ନରମ ରଖିବା ପାଇଁ ଭଲ ମଶ୍ଚରାଇଜର ବ୍ୟବହାର କରନ୍ତୁ ।
ତ୍ୱଚାର ହାଇଡ୍ରେଶନ: ଆମେ ବେଳେବେଳେ ଭୁଲିଯାଉ ଯେ ଶରୀରର ତ୍ୱଚାର ମୋଟା ଭିନ୍ନ ଭିନ୍ନ ଜାଗାରେ ଅଲଗା ହୋଇଥାଏ । ଏଥିପାଇଁ ଏହାର ଉପାୟ ମଧ୍ୟ ଅଲଗା ହେବା ଆବଶ୍ୟକ । ହାତ ଏବଂ ଗୋଡ କମ ତେଲ ଉତ୍ପନ୍ନ କରିଥାଏ । ଏଥିପାଇଁ ଏଥିରେ ସବୁବେଳେ ମଶ୍ଚରାଇଜର ଆବଶ୍ୟକ ହୋଇଥାଏ । ଆପଣଙ୍କୁ ରାତିରେ ମଧ୍ୟ ମଶ୍ଜରାଇଜର ଲଗାଇବା ଦରକାର ।
ମଶ୍ଚରାଇଜର: ମିନିରାଲ ଅୟଲ ଆପଣଙ୍କର ଶୁଖା ତ୍ୱଚା ପାଇଁ ବହୁତ ଲାଭଦାୟକ ହୋଇଥାଏ । ଏହା ୧୨ ରୁ ୧୩ ବର୍ଷର ଛୁଆ ତଥା ୫୫ ବର୍ଷରୁ ଅଧିକ ଲୋକଙ୍କ ତ୍ୱଚା ପାଇଁ ବହୁତ ଭଲ ମଶ୍ଚରାଇଜର ହୋଇଥାଏ । ଏହି ବୟସରେ ଶରୀର ହରମୋନ ହୋଇନଥାଏ । ଯେଉଁଥିପାଇଁ ତ୍ୱଚା ଶୁଖିଯାଇ ଥାଏ । ଏଥିପାଇଁ ଶରୀରକୁ ନିୟମିତ ଭାବରେ ମଶ୍ଚରାଇଜର କରିବା ବହୁତ ଜରୁରୀ ହୋଇଥାଏ ।

Leave A Reply