ଚୌକିଦାରକୁ କଂଗ୍ରେସ ଡରୁଛି: ପ୍ରଧାନମନ୍ତ୍ରୀ ମୋଦୀ
ମୁମ୍ବାଇ: ଯେଉଁ ଲୋକମାନେ ୬ ମାସ ହେବ କହୁଛନ୍ତି ଚୌକିଦାର ଚୋର ଅଟେ, ଏବେ ସେମାନଙ୍କ ଘରୁ ଟଙ୍କା ବିଡ଼ା ବାହାରୁଛି । ଅସଲ ଚୋର ହେଉଛି କଂଗ୍ରେସ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ମହାରାଷ୍ଟ୍ରର ଲାତୁର ଠାରେ ଆୟୋଜିତ ଏକ ବିଶାଳ ରାଲିକୁ ସମ୍ବୋଧନ କରି କହିଛନ୍ତି । କଂଗ୍ରେସ ନେତାମାନଙ୍କୁ ଚୌକିଦାର ଭୟ ଘାରିଛି । ସେ କହିଛନ୍ତି, ସୋମବାର ଯେତେବେଳେ କାର୍ଯ୍ୟାନୁଷ୍ଠାନ ଚାଲିଥିଲା, କଂଗ୍ରେସର ଜଣେ ବରିଷ୍ଠ ନେତା ଘଟଣାସ୍ଥଳକୁ ପହଂଚିଥିଲେ ଏବଂ ଅଧିକାରୀମାନଙ୍କୁ ଧମକ ଦେଇଥିଲେ । ମାତ୍ର ଯେତେବେଳେ ଫଟୋ ବାହାରିବାକୁ ଲାଗିଲା, ମୁହଁରେ ରୁମାଲ ଦେଇ ଫେରାର ହୋଇ ଯାଇଥିଲେ । ଆମେ ନୀତି ଓ ନିୟତକୁ ଆଦର୍ଶ ଭାବେ ଗ୍ରହଣ କରିଆସୁଛୁ । ଏହା ପୂରା କରିବା ପାଇଁ ଦେଶର ଜନତା ସାଥୀରେ ଅଛନ୍ତି । ବିଗତ ୫ ବର୍ଷରେ ଆମେ ସବୁଠାରୁ ବଡ଼ ରୋଜଗାର ‘ବିଶ୍ୱାସ’ କରିଛୁ । ଆତଙ୍କବାଦୀଙ୍କ ଶିବିରିକୁ ପ୍ରବେଶ କରି ମାରିବା ଭାରତର ନୀତି । ଆତଙ୍କବାଦୀଙ୍କୁ ପରାସ୍ତ କରିବା ଆମର ସଂକଳ୍ପ ବୋଲି ମୋଦୀ କହିଛନ୍ତି ।
ବର୍ଷ ୨୦୧୪ରେ ଆମେ କିଛି ଲୋକଙ୍କୁ ନେଇ ଆମେ ସାମ୍ନାକୁ ଆସିଥିଲୁ ଏବଂ ସେମାନେ ପୂରା କରିବାକୁ ସହଯୋଗ କରିଛନ୍ତି । ବିଗତ ୫ ବର୍ଷ ମଧ୍ୟରେ ଯାହା ହୋଇଛି, ସେଥିପାଇଁ ଚୌକିଦାର ମନେ ପଡୁଛି । ଯାହା ହେବାର ଦରକାର, ସେଥିପାଇଁ ଚୌକିଦାର ଦାୟୀ । ଜମ୍ମୁ କଶ୍ମୀରରେ ଜାତୀୟତାବାଦୀଙ୍କ ମନରେ ବିଶ୍ୱାସ ଉଜାଗର କରାଯାଇଛି । ମୋଦୀ କହିଛନ୍ତି, ଦେଶର ସୁରକ୍ଷା ପାଇଁ ଆମେ ସଂକଳ୍ପ ନେଇଛୁ । କଂଗ୍ରେସ ଏବଂ ଏହାର ସହଯୋଗୀ ଦଳ ଦେଶ ବିରୋଧୀ ଭାବନା ନେଇ କାମ କରୁଛନ୍ତି । କଂଗ୍ରେସ କହୁଛି ଜମ୍ମୁ କଶ୍ମୀରରୁ ଧାରା ୩୨୦ ଉଚ୍ଚେଦ କରାଯାଉ । କଂଗ୍ରେସର ଭାଷା ପାକିସ୍ତାନୀ ଭଳି ମୋଦୀ କହିଛନ୍ତି ।
ସୂଚନାଯୋଗ୍ୟ ଦିନକ ପରେ ସପ୍ତଦଶ ଲୋକସଭା ନିର୍ବାଚନ ପାଇଁ ମତଦଦାନ ଆରମ୍ଭ ହେଉଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଲାତୁର ଠାରେ ଜନସଭାକୁ ସମ୍ବୋଧିତ କରିଛନ୍ତି । ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ଉପସ୍ଥିତିରେ ଜନସଭା ପୂର୍ବରୁ ମୋଦୀ ଏକ ବିଶାଳ ରାଲି କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ହାତ ଧିର ଉଦ୍ଧବଙ୍କୁ ଷ୍ଟେଜ ଉପରକୁ ଆଣିଥିଲେ । କେବଳ ସେତିକି ନୁହେଁ ଉଦ୍ଧବକୁ ନିଜର ସାନ ଭାଇ ବୋଲି ମୋଦୀ ସମ୍ବୋଧିତ କରିଛନ୍ତି । ମେଣ୍ଟ ପରେ ଶିବସେନା-ବିଜେପି ମଧ୍ୟରେ ହେଉଛି ପ୍ରଥମ ଯୁଗ୍ମ ରାଲି ।