ଗରିବଙ୍କ ଗୁରୁତର ରୋଗ ଚିକିତ୍ସା ପାଇଁ କେନ୍ଦ୍ର ସରକାର ଓ୍ୱାନ ଟାଇମ୍ ଦେବେ ୧୫ ଲକ୍ଷ ଟଙ୍କା ସହାୟତା
ନୂଆଦିଲ୍ଲୀ – ରେୟାର ଡିଜିଜ୍ ବା ଗୁରୁତର ରୋଗ ପାଇଁ କେନ୍ଦ୍ର ସରକାର ଗରିବ ଲୋକଙ୍କ ଚିକିତ୍ସା ପାଇଁ ୧୫ ଲକ୍ଷ ଟଙ୍କା ସାହାଯ୍ୟ ଦେବେ । ରାଷ୍ଟ୍ରୀୟ ଆରୋଗ୍ୟ ନିଧି ଯୋଜନାରେ ଏକ କାଳୀନ ଏହି ସାହାଯ୍ୟ କରାଯିବ ।
ଏହି ବିଧେୟକ ର ନ୍ୟାସନାଲ ପଲିସି ବା ଜାତୀୟ ନୀତିକୁ ପ୍ରସ୍ତୁ କରାଯାଇଛି । ସୋମବାରରେ ରେୟାର ଡିଜିଜ୍ ପାଇଁ ଏହି ଡ୍ରାଫ୍ଟ ପ୍ରସ୍ତୁତ କରାଯାଇଛି। ଏଥିରେ ହିତାଧିକାରୀମାନେ ଗୁରୁତର ରୋଗର ଚିକିତ୍ସା ପାଇଁ ଏକ କାଳୀନ ୧୫ ଲକ୍ଷ ଟଙ୍କା ସାହାଯ୍ୟ କରାଯିବ । ଦାରିଦ୍ର୍ୟ ସୀମା ରେଖା ତଳେ ଥିବା ଲୋକଙ୍କୁ ଏହି ସହାୟତା ପ୍ରଦାନ କରାଯିବ ।
ଏହାସହ ଏଥିରେ ଦେଶର ୪୦ ପ୍ରତିଶତ ଲୋକଙ୍କୁ ଏହି ସହାୟତା ପ୍ରଦାନ କରାଯିବ । ଦାରିଦ୍ର୍ୟ ସୀମା ରେଖା ସହ ଅନ୍ୟମାନେ ଏହି ସହାୟତା ପାଇ ପାରିବେ ।
ଆୟୁଷ୍ମାନ ଭାରତ – ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ଚିକିତ୍ସା ପାଇଁ ଯୋଗ୍ୟ ହିତାଧିକାରୀ ବି ଏହାର ସହାୟତା ପାଇ ପାରିବେ । ସରକାରୀ ଡାକ୍ତରଖାନାରେ ଚିକିତ୍ସା ପାଇଁ ଏହି ସହାୟତା ଯୋଗାଇ ଦିଆଯିବ ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏ ବିଷୟରେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି
ଏମସ୍ ସହ , ମୌଲାନା ଆଜାଦ୍ ମେଡିକାଲ୍ କଲେଜ୍, ସଞ୍ଜୟଗାନ୍ଧୀ ପୋଷ୍ଟ ଗ୍ରାଜୁଏଟ୍ ମେଡିକାଲ୍ କଲେଜ ।ସହ ଅନ୍ୟ କେତକ ସରକାରୀ ମେଡିକାଲ୍ କଲେଜ୍ରେ ଚିକିତ୍ସା ପାଇଁ ଏହି ସହାୟତା ପ୍ରଦାନ କରାଯିବ ।
ଏହି ଡ୍ରାଫ୍ଟ ପଲିସ୍ ବିଷୟରେ ଲୋକଙ୍କ ଠାରୁ ପରାମର୍ଶ ମଗାଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଓ୍ୱବସାଇଟ୍ରେ ଏହି ଡ୍ରାଫ୍ଟ ପଲିସି ରହିଛି। ଫେବ୍ରୁଆରୀ ୧୦ ମଧ୍ୟରେ ଏ ବିଷୟରେ ପରାମର୍ଶ ଦେଇ ପାରିବେ ।
ଶ୍ରେଣୀ ୧ରେ ଥିବା Lysosomal Storage Disorders (LSDs), immune deficiency disorders, chronic granulomatous disease, osteopetrosis, Fabry’s disease and liver or kidney transplant, ପାଇଁ ଏହି ସହାୟତା ପ୍ରଦାନ କରାଯିବ ।
ମାତ୍ର Gaucher’s disease, Spinal Muscular Atrophy, Hurler Syndrome and Wolman disease ସାରା ଜୀବନ ଚିକିତ୍ସା ଆବଶ୍ୟକ ହେଉଥିବାରୁ ଏପରି ସ୍ଥଳେ ଅନ୍ୟ ବ୍ୟବସ୍ଥା କରାଯିବ ।
କର୍ପୋରେଟ୍ ଓ ଅନ୍ୟ ଦାନ କରୁଥିବା ବ୍ୟକ୍ତିଙ୍କ ପାଇଁ ବ୍ୟବସ୍ଥା ରହିବ ।
ମାତ୍ର ଏହି ପଲିସିକୁ ପ୍ରଣୟନ କରିବାରେ କେତକ ଚ୍ୟାଲେଞ୍ଜକୁ ସାମ୍ନା କରିବାକୁ ପଡିବ ।
କେତକ ରୋଗପାଇଁ ଚିକିତ୍ସା ବର୍ଷକୁ ୧୦ ଲକ୍ଷରୁ ଏକ କୋଟି ଟଙ୍କା ପର୍ଯ୍ୟନ୍ତ ହୋଇଥିବାରୁ ସରକାର ଏହାର ଚିକିତ୍ସା ପାଇଁ ସହାୟତା ଦେବା ଏକ ପ୍ରକାର କଷ୍ଟକର ହୋଇ ପଡୁଛି । Haemophilia, Thalassemia, Sickle-cell Anaemia and Primary Immuno Deficiency in children, auto-immune diseases, Lysosomal storage disorders such as Pompe disease, Hirschsprung disease, Gaucher’s disease, Cystic Fibrosis, Hemangiomas and certain forms of muscular dystrophies ପ୍ରଭୃତି ରୋଗ ପାଇଁ ଚିକିତ୍ସା ଯୋଗାଇ ଦେବା ଅତ୍ୟଧିକ ଟଙ୍କା ଖର୍ଚ୍ଚ ।
ରେୟାର ଡିଜିଜ୍ ପାଇଁ ଏହି ସହାୟତା ଯୋଗାଇ ଦିଆଯିବା । ସରକାର ରେୟାର ଡିଜିଜ୍ର ତାଲିକା ପ୍ରସ୍ତୁତ ପାଇଁ National Registry for Rare Diseases at ICMRରେ ତାଲିକା ପ୍ରସ୍ତୁତ କରୁଛନ୍ତି ।