ପରୀକ୍ଷାକୁ ନେଇ ଆଶଙ୍କା ପ୍ରକାଶ କରାଯିବା ଉଚିତ ନୁହେଁ – ଗଣଶିକ୍ଷାମନ୍ତ୍ରୀ ସମୀର ରଂଜନ ଦାଶ
ଭୁବନେଶ୍ୱର – ପରୀକ୍ଷାକୁ ନେଇ ଆଶଙ୍କା ପ୍ରକାଶ କରାଯିବା ଉଚିତ ନୁହେଁ । ସୁବ୍ୟବସ୍ଥିତ ଭାବେ ପରୀକ୍ଷା କରିବାକୁ ରାଜ୍ୟ ସରକାର ସମସ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ଗଣଶିକ୍ଷାମନ୍ତ୍ରୀ ସମୀର ରଂଜନ ଦାଶ କହିଛନ୍ତି ।
ଯୁକ୍ତଦୁଇ ପାଠ୍ୟକ୍ରମର ପ୍ରଥମବର୍ଷ ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଅସନ୍ତୋଷ ପରିପ୍ରେକ୍ଷୀରେ ମନ୍ତ୍ରୀ ଶ୍ରୀ ଦାଶ ଏହା କହିଛନ୍ତି । ସେ କହିଛନ୍ତି ପୂର୍ବବର୍ଷ ଭଳି ଚଳିତବର୍ଷ ମଧ୍ୟ କଲେଜରେ ଯୁକ୍ତ ଦୁଇ ପ୍ରଥମ ବର୍ଷ ପରୀକ୍ଷା ହେବ । ଅନ୍ୟପକ୍ଷରେ ବିଭିନ୍ନ କଲେଜରେ ପ୍ରଥମବର୍ଷ ପାଠ୍ୟକ୍ରମ ପଢ଼ା ସରିନଥିବାରୁ ପରୀକ୍ଷା ହେବା ନେଇ ଛାତ୍ରଛାତ୍ରୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ସୂଚନାଯୋଗ୍ୟ ଚଳିତବର୍ଷଠାରୁ ଯୁକ୍ତ ଦୁଇ ପ୍ରଥମବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି ଏବଂ
ଏଥିରେ ୩୩ ପ୍ରତିଶତ ମାର୍କ ରଖିଲେ ଦ୍ୱିତୀୟ ବର୍ଷକୁ ଉତ୍ତୀର୍ଣ୍ଣ ହୋଇପାରିବେ ବୋଲି ନିୟମାବଳୀ ଧାର୍ଯ୍ୟ କରାଯାଇଛି । ଏହି ନିୟମାବଳୀକୁ ବିରୋଧ କରି ବିଭିନ୍ନ କଲେଜର ଛାତ୍ରଛାତ୍ରୀମାନେ ପ୍ରତିବାଦ କରିବା ସହ ରାସ୍ତା ଅବରୋଧ କରିଥିଲେ ।