ରାଜ୍ୟରେ ଏନ୍‍ଡିଆର୍‍ଏଫ୍‍ ପଏଣ୍ଟ ପ୍ରତିଷ୍ଠା ହେବ

0 6,455

ଭୁବନେଶ୍ୱର – ରାଜ୍ୟରେ ଏନ୍‍ଡିଆର୍‍ଏଫ୍‍ ପଏଣ୍ଟ ପ୍ରତିଷ୍ଠା ହେବ ପାଇଁ ସରକାର ପ୍ରସ୍ତାବ
ଦେଇଛନ୍ତି । ଗତକାଲି ମୁଖ୍ୟମନ୍ତ୍ରୀଙ୍କୁ ଏନ୍‍ଡିଆର୍‍ଏଫ୍‍ ଡିଜି ଏସ୍‍.ଏନ୍‍. ପ୍ରଧାନ ଭେଟିବା ଅବସରରେ ଏହି ପ୍ରସ୍ତାବ ଦିଆଯାଇଛି । ଏନ୍‍ଡିଆର୍‍ଏଫ୍‍ର କାର୍ଯ୍ୟପନ୍ଥା ନେଇ ମୁଖ୍ୟମନ୍ତ୍ରୀ ଏବଂ ଡିଜିଙ୍କ ମଧ୍ୟରେ ବିସ୍ତୃତ ଆଲୋଚନା ହୋଇଛି ।

ବୁର୍ଲା ଏବଂ ନବରଙ୍ଗପୁରରେ ଦୁଇଟି ଏନ୍‍ଡିଆର୍‍ଏଫ୍‍ ପଏଣ୍ଟ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡିଜି ଶ୍ରୀ ପ୍ରଧାନଙ୍କୁ ପ୍ରସ୍ତାବ ଦେଇଛନ୍ତି । ଏହି ପଏଣ୍ଟ ପ୍ରତିଷ୍ଠା ହେଲେ ଉଦ୍ଧାର କାର୍ଯ୍ୟ ଅଧିକ ସମୟୋପଯୋଗୀ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।

Leave A Reply