ଭୁବନେଶ୍ୱର – ଆସନ୍ତା ୩୧ ତାରିଖ ଦିନ ଭୁବନେଶ୍ୱରରେ ଇଷ୍ଟର୍ଣ୍ଣ ଜୋନାଲ୍ କାଉନ୍ସିଲ୍ ବୈଠକ ଅନୁଷ୍ଠିତ ହେବ । ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ ଏବଂ ସିକିମ୍ର ମୁଖ୍ୟମନ୍ତ୍ରୀ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି ।
ଏହା ହେବ ୨୪ତମ ଇଷ୍ଟର୍ଣ୍ଣ ଜୋନାଲ୍ କାଉନ୍ସିଲ୍ ବୈଠକ । ମାଓ ଦମନ, ଖଣି ରୟାଲିଟି ବୃଦ୍ଧି, କେନ୍ଦ୍ରୀୟ କଲ୍ୟାଣକାରୀ ଯୋଜନାରେ ମିଳୁଥିବା ସହାୟତା ଏବଂ ସହଭାଗିତା ପ୍ରସଙ୍ଗରେ ଏହି ବୈଠକରେ ଆଲୋଚନା କରାଯିବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି ।