indian-bay-leaves-cinnamomum-tamala- ବିଶ୍ୱାସସତ-ମିଛ ତେଜପତ୍ର ଧୂଆଁ ଦେଲେ ଅସରପା ରହିବେନି By odishanxt Last updated Jun 23, 2019 0 1,931 Share ସମସ୍ତେ ରୋଷେଇ ଘରେ ତେଜପତ୍ରର ବ୍ୟବହାର କରି ଥାଆନ୍ତି। ତେଜପତ୍ରକୁ ମସଲାରେ ବ୍ୟବହାର କରାଯାଇଥାଏ, ଯାହାକି ଭୋଜନର ସ୍ୱାଦ ଓ ସୁଗନ୍ଧକୁ ବଢ଼ାଇ ଥାଏ। ତେଜପତ୍ରର ବ୍ୟବହାର ମସଲା ଛଡ଼ା ଔଷଧ ଭାବେ ମଧ୍ୟ ବ୍ୟବହାର କରାଯାଇଥାଏ। ଯାହାକି ଖୁବ୍ କମ୍ ଲୋକ ଜାଣିଥିବେ। କେବଳ ଏତିକି ନୁହେଁ ତେଜପତ୍ରର ପ୍ରୟୋଗ ଶରୀରକୁ ସୁସ୍ଥ ରଖିବା ପାଇଁ ବି ପ୍ରୟୋଗ କରାଯାଏ। ସେହିପରି ତେଜପତ୍ରକୁ ଜଳାଇବା ଦ୍ୱାରା ବି ବହୁତ ଲାଭ ମିଳିଥାଏ ଆସନ୍ତୁ ଜାଣିବା ସେ ସମ୍ପର୍କରେ… ୧. ତେଜପତ୍ରକୁ ଜଳାଇବା ଦ୍ୱାରା ସବୁଠାରୁ ବେଶୀ ଫାଇଦା ଫିଡସ୍ (ମୁର୍ଚ୍ଛା)ରୋଗୀମାନଙ୍କୁ ହୋଇଥାଏ। ଏହା ଆଣ୍ଟି-ଇନ୍ଫ୍ଲେମେଣ୍ଟରି ଭାବେ କାମ କରିଥାଏ। ଯଦି ଆପଣ ଫିଡସ୍ ରୋଗୀ କିମ୍ବା ଆପଣଙ୍କ ଘରେ ଯଦି ଏଭଳି ରୋଗ କାହାକୁ ହୋଇଛି ତେବେ ତେଜପତ୍ରରର ଧୁଆଁ ସେମାନଙ୍କ ପାଇଁ ରାମବାଣ ସଦୃଶ ହୋଇଥାଏ। କିଛିଦିନ ଫିଡସ୍ରୋଗୀଙ୍କୁ ତେଜପତ୍ର ଧୁଆଁ ଦେଲେ ଏହି ସମସ୍ୟା ଦୂର ହୋଇଥାଏ। ୨. ଯଦି ଆପଣଙ୍କ ଘରେ ଅତ୍ୟଧିକ ଅସରପା ହେଉଛନ୍ତି। ତେବେ ଏହି ଅସରପାକୁ ତେଜପତ୍ର ସାହାଯ୍ୟରେ ଘରୁ ଭଗାଇ ପାରିବେ। ବଜାରରେ ଅସରପା ମାରିବା ପାଇଁ ବିଭିନ୍ନ ପ୍ରକାର ରାସାୟନିକ ଦ୍ରବ୍ୟ ମିଳୁଛି କି ନ୍ତୁ ଏହାକୁ ଯଦି ଘରେ ପକାଇବା ତେବେ ଶିଶୁମାନଙ୍କ ପାଇଁ ହାନୀକାରକ ହୋଇଥାଏ। ସେଥିପାଇଁ ତେଜପତ୍ରକୁ ଜଳାଇ ଯେଉଁସ୍ଥାନରେ ଅସରପା ହେଉଛ, ସେହି ସ୍ଥାନରେ ପକାଇ ଦିଅନ୍ତୁ। ଦେଖିବେ ଆଉ ଅସରାପା ହେବେ ନାହିଁ। ୩. ତେଜପତ୍ରକୁ ଜଳାଇବା ଦ୍ୱାରା ଆପଣଙ୍କ ବ୍ୟବହାରରେ ଏକ ସକରାତ୍ମକ ପରିବର୍ତ୍ତନ ଆସିଥାଏ। କେବଳ ଏତିକି ନୁହେଁ, ତେଜପତ୍ରକୁ ଜଳାଇବା ଦ୍ୱାରା ସେଥିରୁ ବାହାରୁଥିବା ଧୁଆଁ ଆପଣଙ୍କ ଆଖପାଖ ବାତାବରଣରୁ ନକରାତ୍ମକ ଶକ୍ତିକୁ ନଷ୍ଟ କରି ଦେଇଥାଏ। 0 1,931 Share