ତୃତୀୟ ଏସିଆ-ୟୁରୋପ ସମ୍ମିଳନୀରେ ଯୋଗଦେବା ପାଇଁ ସିଓଲ ଗସ୍ତ କଲେ ଶ୍ରୀ ଥାୱରଚାନ୍ଦ ଗେହଲଟ
ଶ୍ରୀ ଥାୱରଚାନ୍ଦ ଗେହଲଟ, କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ଗତକାଲି (ମଙ୍ଗଳବାର) କୋରିଆର ସିଓଲ ଗସ୍ତରେ ଯାଇଛନ୍ତି । ଏକ ତିନି ଜଣିଆ ଭାରତୀୟ ପ୍ରତିନିଧି ଦଳଙ୍କ ସହ ‘ବୈଶ୍ୱିକ ବୟସ୍କ ଏବଂ ବୟସ୍କ ବ୍ୟକ୍ତିମାନଙ୍କର ମାନବାଧିକାର’ ଉପରେ ତୃତୀୟ ଏସିଆ-ୟୁରୋପ ସମ୍ମିଳନୀରେ ଯୋଗଦେବେ । କୋରିଆ ରିପବ୍ଲିକ ଏବଂ କୋରିଆର ରାଷ୍ଟ୍ରୀୟ ମାନବାଧିକାର କମିଶନଙ୍କ ମିଳିତ ସହଯୋଗ ସେପ୍ଟେମ୍ବର ୫ ରୁ ୭, ୨୦୧୮ ପର୍ୟ୍ୟନ୍ତ ଚାଲିବାକୁ ଥିବା ଏହି ସମ୍ମିଳନୀ ସିଓଲଠାରେ ଆୟୋଜିତ କରାଯାଇଛି ।
ତିନି ଦିବସୀୟ ଏହି ସମ୍ମିଳନୀ ବୟସ୍କ ବ୍ୟକ୍ତିମାନଙ୍କର ମାନବାଧିକାରଗୁଡିକର ସାର୍ବଭୌମିକ ମୂଲ୍ୟବୋଧ ବିଷୟରେ ସୂଚିତ କରିବ, ବୟସ୍କଙ୍କ ପ୍ରତି ହେଉଥିବା ଭେଦଭାବ ବିଷୟରେ ଆଲୋଚନା ହେବା ସହିତ ଏସିଆ ଏବଂ ୟୁରୋପରେ ଦୀର୍ଘକାଳୀନ ଏବଂ ଉପଶମକ ଯତ୍ନର ଅନୁକରଣୀୟ ମାମଲାଗୁଡିକ ବିଷୟରେ ମଧ୍ୟ ଆଲୋଚନା କରାଯିବ । ଏଥିସହିତ ଇଝଋଗ ଗ୍ଲୋବାଲ ସଂଚାଳନ ଏବଂ କାର୍ୟ୍ୟଗୁଡିକ ଉପରେ ମଧ୍ୟ ଆଲୋଚନା କରିବ । ବୟସ୍କ ବ୍ୟକ୍ତିମାନଙ୍କର ମାନବାଧିକାର ସଂରକ୍ଷଣ ଏବଂ ଏହାର ପ୍ରଚାର ପାଇଁ ଏକ କାର୍ୟ୍ୟାନ୍ୱୟନ ସଂସ୍ଥା ଭାବେ କାର୍ୟ୍ୟ କରୁଥିବା ଇଝଋଗ ସଦସ୍ୟମାନଙ୍କ ମଧ୍ୟରେ ପାରସ୍ପରିକ ସହଯୋଗ ଦ୍ୱାରା କରାଯିବା ନେଇ ଆଲୋଚନା ହେବ ।
ଏହି ସମ୍ମିଳନୀରେ ସଂଯୁକ୍ତ ରାଷ୍ଟ୍ର, ଆଂଚଳିକ ପ୍ରତିଷ୍ଠାନ ଟଘଋଝଉଇଚ, ଟଘଋଉଋ, ଋଙ୍କକ୍ସକ୍ଟକ୍ଟ୍ରରବଦ୍ଭ ଟଦ୍ଭସକ୍ଟଦ୍ଭ, ଇଝଋଇଘ, ଏଇଘଐଜଓ ଏବଂ ଅନ୍ତର୍ରାଷ୍ଟ୍ରୀୟ ବେସରକାରୀ ସଂଗଠନ ମଧ୍ୟ ଅଂଶଗ୍ରହଣ କରିବେ । ସମ୍ମିଳନୀରୁ ଆଦୃତ ଅନୁଭୂତି ବରିଷ୍ଠ ନାଗରିକମାନଙ୍କ କଲ୍ୟାଣ ନିମନ୍ତେ ନିୟମ ପ୍ରଣୟନ ଏବଂ କାର୍ୟ୍ୟାନ୍ୱୟନ ପାଇଁ ସହଯୋଗ କରିବ ।