ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅନୁଚିନ୍ତା: ସମସ୍ତେ ଭଲରେ ରୁହନ୍ତୁ
ଭୁବନେଶ୍ୱର:ଏପ୍ରିଲ ୭ରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସ୍ଥାପନା ଦିବସ ଅବସରରେ ପ୍ରତି ବର୍ଷ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନ କରାଯାଉଛି । ସ୍ୱାସ୍ଥ୍ୟ ସୁବିଧା ଗୁଡିକୁ ଅଧିକରୁ ଅଧିକ ଲୋକମାନଙ୍କ ପାଖରେ ପହଂଚାଇବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ । ଆଜିର ବ୍ୟସ୍ତବହୁଳ ଜୀବନରେ ଅନେକ ଲୋକ ନିଜର ସ୍ୱାସ୍ଥ୍ୟ ପ୍ରତି ଦୃଷ୍ଟି ଦେଇପାରିନଥାନ୍ତି । ଏହାର ପରିଣାମ ପରବର୍ତ୍ତୀ ସମୟରେ ଭୋଗିବାକୁ ପଡିଥାଏ । ମଧୁମେହ, ହୃଦରୋଗ ଭଳି ରୋଗ ସହିତ ବ୍ୟକ୍ତିକୁ ଲଢିବାକୁ ପଡିଥାଏ । ଏପ୍ରିଲ ୭ ସାରା ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଆସିଲେ ଲୋକେ ସ୍ୱାସ୍ଥ୍ୟ ପ୍ରତି ଅଧିକ ଯତ୍ନବାନ ହୋଇଯାନ୍ତି । ମାତ୍ର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରତ୍ୟେକଙ୍କୁ ସବୁବେଳେ ସର୍ତକ ରହିବା ଜରୁରୀ ।
ଉତ୍ତମ ସ୍ୱାସ୍ଥ୍ୟ ପାଇଁ କ’ଣ ଦରକାର ?
୧) ପ୍ରତିଦିନ ବ୍ୟାୟମ
୨) ଠିକ ସମୟରେ ଜଳଖିଆ
୩) ଶୋଇବା ପୂର୍ବରୁ ବ୍ରଶ କରିବା
୪) ଧ୍ରୁମପାନ ପରିତ୍ୟାଗ
୫) ଶୟନକୁ ଗୁରୁତ୍ୱ ଦେବା
୬) ମାନସିକ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ରଖିବା