ଦେଖନ୍ତୁ ଭିଡିଓ: ଜମ୍ମୁରେ ନବଜ୍ୟୋତ ସିଦ୍ଧୁଙ୍କୁ ବିରୋଧ, ମୋଦୀ-ମୋଦୀ ଶ୍ଲୋଗାନ ଦେଲେ ଲୋକେ

0 1,278

ନୂଆଦିଲ୍ଲୀ: ପଂଜାବ ସରକାରରେ ମନ୍ତ୍ରୀ ଏବଂ କଂଗ୍ରେସ ନେତା ନବଜ୍ୟୋତ ସିଂହ ସିଦ୍ଧୁଙ୍କୁ ଶନିବାର ଜମ୍ମୁର କଟରାରେ ପ୍ରବଳ ବିରୋଧ ହୋଇଛି। ଏଠାରେ ଶ୍ରଦ୍ଧାଳୁମାନେ ସିଦ୍ଧୁଙ୍କ ସମ୍ମୁଖରେ ମୋଦୀ-ମୋଦୀ ଚିତ୍କାର କରିଛନ୍ତି। ନବଜ୍ୟୋତି ସିଦ୍ଧୁ ବୈଷ୍ଣୋଦେବୀ ମନ୍ଦିର ଦର୍ଶନ ପାଇଁ ପହଂଚିଥିଲେ। ସେଠାରେ ସେ ନିଜ ଦଳର ବିଜୟ ପାଇଁ ମା’ଙ୍କୁ ଆଶୀର୍ବାଦ ମାଗିଥିଲେ। ମାତ୍ର ମନ୍ଦିରରେ ଥିବା ଶ୍ରଦ୍ଧାଳୁ ଏବଂ ମନ୍ଦିର ବାହାରେ ଥିବା ଲୋକ ସିଦ୍ଧୁଙ୍କୁ ପ୍ରବଳ ବିରୋଧ କରି ମୋଦୀଙ୍କ ସମର୍ଥନରେ ଶ୍ଲୋଗାନ ଦେଇଥିଲେ।

ଜମ୍ମୁ କଶ୍ମୀରର ପୁଲଓ୍ଵାମା ଜିଲ୍ଲାରେ ଗତ ଫେବ୍ରୁଆରୀ ୧୪ରେ ପାକିସ୍ତାନରୁ ପରିଚାଳିତ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ଦ୍ୱାରା ଆକ୍ରମଣରେ ଭାରତର ୪୦ ଜଣ ଯବାନ ସହିଦ ହୋଇଥିଲେ। ଏହି ଘଟଣା ପରେ ଭାରତୀୟ ବାୟୁ ସେନା ପାକିସ୍ତାନ ଅଧିକୃତ କଶ୍ମୀରରେ ଆକ୍ରମଣ କରି ପ୍ରାୟ ୩୦୦ ଆତଙ୍କବାଦୀଙ୍କୁ ନିହତ କରିଥିଲା। ଏହି ଘଟଣା ଉପରେ ସିଦ୍ଧୁ ପ୍ରଶ୍ନ ଉଠାଇ ବିବାଦକୁ ଆସିଥିଲେ। ସେ ବାୟୁସେନାକୁ ପ୍ରମାଣ ମାଗିଥିଲେ। ଏବାଦରେ ଫଟୋ ଆସିବା ପରେ ସେ ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଥିଲେ। ଏହା ପୂର୍ବରୁ ସିଦ୍ଧୁ ପାକିସ୍ତାନ ସହିତ ଆଲୋଚନା କରି ଚର୍ଚ୍ଚାକୁ ଆସିଥିଲେ।

Leave A Reply