ମହିଳା ହକି ଜୁନିୟର୍‍ ବିଶ୍ୱକପ୍‍ ଟୁର୍ଣ୍ଣାମେଣ୍ଟ ପାଇଁ ଭାରତୀୟ ଜୁନିୟର୍‍ ମହିଳା ଟିମ୍‍ ଘୋଷଣା- ଦୁଇ ଓଡ଼ିଆ ଖେଳାଳି ଭାବେ ଆଜମିନା କୁଜୁର ଓ ଜୀବନ କିଶୋରୀ ଟପ୍ପୋଙ୍କୁ ସୁଯୋଗ

0 120

ମହିଳା ହକି ଜୁନିୟର୍‍ ବିଶ୍ୱକପ୍‍ ଟୁର୍ଣ୍ଣାମେଣ୍ଟ ପାଇଁ ଭାରତୀୟ ଜୁନିୟର୍‍ ମହିଳା ଟିମ୍‍ ଘୋଷଣା

ଆସନ୍ତା ଡିସେମ୍ବର ୫ ତାରିଖରୁ ଦକ୍ଷିଣ ଆଫ୍ରିକାରେ ଆରମ୍ଭ ହେବାକୁ ଯାଉଥିବା ଏଫ୍‍.ଆଇ.ଏଚ୍‍. ମହିଳା ହକି ଜୁନିୟର୍‍ ବିଶ୍ୱକପ୍‍ ଟୁର୍ଣ୍ଣାମେଣ୍ଟ ପାଇଁ ଭାରତୀୟ ଜୁନିୟର୍‍ ମହିଳା ଟିମ୍‍ ଘୋଷଣା କରାଯାଇଛି । ଟିମ୍‍ର କ୍ୟାପ୍‍ଟେନ୍‍ ଭାବେ ଲଲ୍‍ରେମସିଆମିଙ୍କୁ ନିଯୁକ୍ତି କରାଯାଇଥିବାବେଳେ ଡିଫେଣ୍ଡର ଇଶିକା ଚୌଧୁରୀଙ୍କୁ ଭାଇସ୍‍ କ୍ୟାପ୍‍ଟେନ୍‍ କରାଯାଇଛି ।

ସେହିପରି ଟିମ୍‍ରେ ଦୁଇ ଓଡ଼ିଆ ଖେଳାଳି ଭାବେ ଆଜମିନା କୁଜୁର ଓ ଜୀବନ କିଶୋରୀ ଟପ୍ପୋଙ୍କୁ ସୁଯୋଗ ମିଳିଛି । ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ମହିଳା ଟିମ୍‍ରେ ଲାଲରେମସିଆମି ସ୍ଥାନ ପାଇଥିଲେ । ଟେକିଓ ଗେମ୍ସରେ ଭାରତୀୟ ମହିଳା ସେମିଫାଇନାଲ୍‍ରେ ପହଞ୍ଚିଥିଲେ ହେଁ ଅଳ୍ପକେ ପଦକରୁ ବଞ୍ଚିତ ହୋଇଥିଲା । ଟିମ୍‍ରେ ବିକଳ୍ପ
ଖେଳାଳି ଭାବେ ପ୍ରୀତି ଓ ପ୍ରଭଲୀନ୍‍ କୌର୍‍ଙ୍କୁ ସାମିଲ୍‍ କରାଯାଇଛି ।

Leave A Reply