ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସକାଶେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀମାନଙ୍କ ପାଇଁ ନିର୍ବାଚନୀ ଖର୍ଚ୍ଚ ସୀମା କମିଶନ ପକ୍ଷରୁ ବୃଦ୍ଧି

0 78

ରାଜ୍ୟ ସରକାରଙ୍କ ପକ୍ଷରୁ ପଞ୍ଚାୟତ ନିର୍ବାଚନ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇଛି । ତେବେ ଆସନ୍ତା ବର୍ଷ ହେବାକୁ ଥିବା ପଞ୍ଚାୟତ ନିର୍ବାଚନରେ ୬ ହଜାର ୭୯୪ ପଞ୍ଚାୟତରେ ନିର୍ବାଚନ ହେବ । ୭ଟି ପଞ୍ଚାୟତ ବିଭିନ୍ନ ବିଜ୍ଞପିତ ଅଞ୍ଚଳ ପରିଷଦରେ ବିଲୀନ ହୋଇଥିବାରୁ ସେଠାରେ ନିର୍ବାଚନ ହେବ ନାହିଁ । ଏଥର ୯୧ ହଜାର ୯୧୬ଟି ୱାର୍ଡରେ ନିର୍ବାଚନ ହେବ ।

ମୋଟ ୪୯ ହଜାର ୪୬୯ ୱାର୍ଡମେମ୍ବର ପଦ ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଛି । ସେହିପରି ୩ ହଜାର ୫୩୮ଟି ସମିତି ସଭ୍ୟ ପଦ ମହିଳା ମାନଙ୍କ ପାଇଁ ସଂରକ୍ଷିତ ରଖାଯାଇଥିବା ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ ସୂଚନା ଦିଆଯାଇଛି ।


ଅନ୍ୟପକ୍ଷରେ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସକାଶେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀମାନଙ୍କ ପାଇଁ ନିର୍ବାଚନୀ ଖର୍ଚ୍ଚ ସୀମା କମିଶନ ପକ୍ଷରୁ ବୃଦ୍ଧି କରାଯାଇଛି । ଜିଲ୍ଲା ପରିଷଦ ସଭ୍ୟଙ୍କ ପାଇଁ ନିର୍ବାଚନୀ ଖର୍ଚ୍ଚ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଥିବା ବେଳେ ପଞ୍ଚାୟତ ସମିତି ସଭ୍ୟ ଏବଂ ସରପଞ୍ଚଙ୍କ ପାଇଁ ସର୍ବାଧିକ ନିର୍ବାଚନ ଖର୍ଚ୍ଚ ସୀମା ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।


ସେହିପରି ମତଦାନ ସମୟସୀମାକୁ ଆଉ ୧ଘଣ୍ଟା ବୃଦ୍ଧି କରାଯାଇଛି । ଫଳରେ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ଅପରାହ୍ଣ ଗୋଟାଏରେ ଶେଷ ହେବ । ଏହି ନିର୍ବାଚନରେ ପଞ୍ଚାୟତ ବଦଳରେ ବ୍ଲକରେ ଏକକ ମତଗଣନାର ବ୍ୟବସ୍ଥା କରାଯାଇଛ

Leave A Reply