କରୋନା ଟିକାକରଣ କ୍ଷେତ୍ରରେ ଜାତୀୟ ହାରଠାରୁ ଓଡିଶା ଟପିଯାଇଛି

0 62

କରୋନା ଟିକାକରଣ କ୍ଷେତ୍ରରେ ଜାତୀୟ ହାରଠାରୁ ଓଡିଶା ଟପିଯାଇଛି । ଚଳିତମାସ ୧୩ତାରିଖ ସୁଦ୍ଧା ଜାତୀୟସ୍ତରରେ ୧୮ବର୍ଷରୁ ଅଧିକ ଲୋକଙ୍କ ପ୍ରଥମ ଡୋଜ ଟିକାକରଣ ଅଣାଅଶୀ ଦଶମିକ ୮ପ୍ରତିଶତ ଥିବାବେଳେ ଓଡିଶାରେ ଏହା ୮୨ଦଶମିକ ୪ ପ୍ରତିଶତରେ ପହଞ୍ଚିଛି ।


ସେହିପରି ଦ୍ୱିତୀୟ ଡୋଜ ଟିକାକରଣ କ୍ଷେତ୍ରରେ ମଧ୍ୟ ଜାତୀୟସ୍ତରରେ ୩୮ଦଶମିକ ୪ପ୍ରତିଶତ ଥିବାବେଳେ ଓଡିଶାରେ ଏହା ୪୧ଦଶମିକ ୫ପ୍ରତିଶତରେ ପହଞ୍ଚିଛି । ଳିତମାସ ଶେଷ ସୁଦ୍ଧା ରାଜ୍ୟରେ ପ୍ରଥମ ଡୋଜ ଟିକାକରଣ ୯୦ପ୍ରତିଶତ ଓ ଡିସେମ୍ବର ସୁଦ୍ଧା ଶତପ୍ରତିଶତ ପ୍ରଥମ ଡୋଜ ଟିକାକରଣ ଉପରେ ଗୁରୁତ୍ୱପ୍ରଦାନ କରାଯାଇଛି ବୋଲି ମୁଖ୍ୟ
ଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ସୂଚନା ମିଳିଛି ।

Leave A Reply