ଦକ୍ଷିଣ ଉପକୂଳ ଓ ଆଭ୍ୟନ୍ତରୀଣ ଦକ୍ଷିଣ ଓଡିଶାରେ ଆଉ ତିନିଦିନ ଧରି ପାଗ ମେଘୁଆ ରହିବ

0 157

ରାଜ୍ୟରେ ଦକ୍ଷିଣ ଉପକୂଳ ଓ ଆଭ୍ୟନ୍ତରୀଣ ଦକ୍ଷିଣ ଓଡିଶାରେ ଆଉ ତିନିଦିନ ଧରି ପାଗ ମେଘୁଆ ରହିବ । ଆସନ୍ତାକାଲି ଓ ୧୯ତାରିଖ ଦିନ ପାଗ ଶୁଖିଲା ଓ ଖରାଟିଆ ରହିବ । ୨୦ ଓ ୨୧ ତାରିଖରେ ହାଲୁକା ବର୍ଷା ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞ ଏହି ପୂର୍ବାନୁମାନ କରିଛନ୍ତି ।


ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ଏବେ ଦକ୍ଷିଣ ପୂର୍ବ ବଙ୍ଗୋସାଗର ଉପରେ ଥିବାବେଳେ ଏହା ଅବପାତ ନ ହୋଇ ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି । ଏହି ଲଘୁଚାପ ସମାନ୍ତରାଳ ଭାବେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇଛି ବୋଲି ପାଣିପାଗ ପକ୍ଷରୁ କୁହାଯାଇଛି ।

Leave A Reply