ଭୁଲ୍‍ ନ କରି ଜରିମାନା ଦେଇଥିଲେ ଟଙ୍କା ଫେରିପାଇବେ ଗାଡ଼ିଚାଳକ

0 2,990

ଭୁବନେଶ୍ୱର – ଟ୍ରାଫିକ୍‍ ନିୟମ ଉଲ୍ଲଙ୍ଘନ ନ କରି ଭୁଲ୍‍ରେ ଚାଲାଣ କଟାଯାଇଥିଲେ ଗାଡ଼ିଚାଳକମାନେ ସେମାନଙ୍କର ଟଙ୍କା ଫେରସ୍ତ ପାଇବେ । ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଆଜି ଏହି ସୂଚନା ଦେଇଛନ୍ତି । ଟ୍ରାଫିକ୍‍ ନିୟମ ଉଲ୍ଲଙ୍ଘନ ନେଇ କିଛି ଲୋକଙ୍କ ନାମରେ ଭୁଲରେ ଚାଲାଣ କଟାଯାଇଥିବା ଅଭିଯୋଗ ଆସିବା ପରେ ଏହି ନିଷ୍ପତ୍ତି ନିଆଯାଇଥିବା ମନ୍ତ୍ରୀ କହିଛନ୍ତି ।

କୌଣସି ଲୋକ ନାମରେ ଭୁଲ୍‍ରେ ଏଭଳି ଚାଲାଣ କଟାଯିବା ଉଚିତ ନୁହେଁ । ଯଦି ସେଭଳି କିଛି ହୋଇଥାଏ, ତାହାହେଲେ ଗାଡ଼ି ଚାଳକମାନଙ୍କୁ ସେମାନଙ୍କର ଅର୍ଥ ଫେରସ୍ତ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବର ମାସ ପହିଲାରୁ ଦେଶରେ ସଂଶୋଧିତ ମୋଟର ଯାନ ଆଇନ ଲାଗୁ ହେବା ପରେ ଓଡ଼ିଶାରେ ବିଭିନ୍ନ କାରଣପାଇଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେବାରୁ ଏଥିରେ ୩ ମାସ ପାଇଁ କୋହଳ କରାଯାଇଥିଲା । କୋହଳ ଅବଧି ଶେଷ ହେବା ପରେ ଚଳିତ ମାସ ୧ ତାରିଖରୁ ନିୟମକୁ ପୁଣି କଡ଼ାକଡ଼ି କରାଯାଇଛି ।

Leave A Reply