ନୂଆଦିଲ୍ଲୀ — ଏବେ ଭାରତର ଅର୍ଥ ବ୍ୟବସ୍ଥାରେ ସୁଧାର ପରିଲକ୍ଷିତ ହେଉଛି । ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ଚାକିରିରେ ୭.୧୨ ପ୍ରତିଶତ ବୃଦ୍ଧି ହୋଇଛି ।
ଟିମଲିଜ୍ ସର୍ଭିସେସ୍ ନିଜର ଏକ ରିପୋର୍ଟରେ ଚଳିତ ଆର୍ଥିକ ବର୍ଷରେ ଚାକିରରେ ବୃଦ୍ଧି ହୋଇଥିବା ସୂଚନା ଦେଇଛି ।
ସରକାରଙ୍କ ଦ୍ୱାରା ଅର୍ଥ ବ୍ୟବସ୍ଥାରେ ସୁଧାର ପାଇଁ ପଦକ୍ଷେପ ଗ୍ରହଣ କରାଯିବାରୁ ୧୯ରୁ ୭ଟି ସେକ୍ଟରରେ ନିଯୁକ୍ତି କ୍ଷେତ୍ରରେ ବୃଦ୍ଧି ହୋଇଛି । ମାତ୍ର ଏହି ରିପୋର୍ଟରେ ୯ଟି କ୍ଷେତ୍ରରେ ଚାକିରିରେ ସାମାନ୍ୟା ମାନ୍ଦାବସ୍ଥା ଦେଖାଦେଇଥିବା କୁହାଯାଇଛି ।
ଏହି ସେକ୍ଟରେମାନଙ୍କରେ ନିୟୁକ୍ତି ବୃଦ୍ଧି ପାଇଛି ।
ଚଳିତ ଆର୍ଥିକ ବର୍ଷରେ ନିଯୁକ୍ତି ୭.୧୨ ପ୍ରତିଶତ ବୃଦ୍ଧି ପାଇଛି ।ହେଲ୍ଥକେୟାର , ଫାର୍ମାସ୍ୟୁଟିକାଲ୍, ଇନଫର୍ମେସନ୍ ଟେକ୍ନୋଲଜି , ଇ କମର୍ସ , ଟେକ୍ ଷ୍ଟାର୍ଟଅପ୍ , ଶିକ୍ଷା ବା ଏଜୁକେସନାଲ୍ ସର୍ଭିସେସ୍, କେପିଓ, ପାଓ୍ୱାର , ଏନର୍ଜି ଓ ଲଜିଷ୍ଟିକ୍ରେ ନିଯୁକ୍ତି ବୃଦ୍ଧି ପାଇଛି । ଏଥିରେ ସକରାତ୍ମକ ପ୍ରଭାବ ଦେଖା ଦେଇଛି ।
ମାତ୍ର ମାନ୍ୟୁଫାକ୍ଚରିଙ୍ଗ, ଇଞ୍ଜିନିୟରିଂ, ଇନଫ୍ରାଷ୍ଟ୍ରକଚର୍ , କନଷ୍ଟ୍ରକସନ୍ , ଫାଇନାସିଆ୍ଲ , ଟ୍ରାଭେଲ୍ ଓ ହସ୍ପିଟାଲିଟି , ଏଫଏମ୍ସିଜି, ଏଗ୍ରିକଲଚର୍ ଓ ଏଗ୍ରିକେମିକାଲ୍ ସେକ୍ଟରରେ ନିଯୁକ୍ତି କମ୍ ହୋଇଛି ।
୮ରୁ ୯ ସେକ୍ଟରେ ବହୁତ ନିଯୁକ୍ତି ସୁଯୋଗ
ଟିମ୍ଲିଜ୍ ସର୍ଭିସେସ୍ର ସହ ସଂସ୍ଥାପକ ଓ ଉପାଧ୍ୟକ୍ଷ ଋତୁପର୍ଣ୍ଣା ଚତୁର୍ବେଦୀଙ୍କ ଅନୁସାରେ ଜିଡିପିର ହ୍ରାସ ପାଇଥିବାରୁ ଅନୁମାନରୁ କିଛିଟା କମ୍ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି । ମାତ୍ର ୮ରୁ ୯ଟି ସେକ୍ଟରେ ଭଲ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏହା ୨ ଅଙ୍କକୁ ସ୍ପର୍ଶ କରିବ । ଲଜିଷ୍ଟିକ୍ ଓ ଏଜୁକେଶନାଲ୍ ସର୍ଭିସେସ୍ରେ ୧୪.୩୬ ପ୍ରତିଶତ ଅଧିକ ନିଯୁକ୍ତି ସୃଷ୍ଟି ହେବବୋଲେ ସେ କହିଛନ୍ତି ।
ମୁମ୍ବଇ , ହାଇଦ୍ରାବାଦ, ପୁନେ, ବେଙ୍ଗାଲୁର , ଦିଲ୍ଲୀ , ଗୁରୁଗ୍ରାମ ଓ କୋଲକାତାରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ମାତ୍ର ଇନ୍ଦୋର, କୋଏମ୍ବଟୁର, ଅହମ୍ମଦାବାଦ, କୋଚି ଓ ନାଗପୁରରେ ଏହା କମିବ ।