ଟିକା ପାଇବାକୁ ଆମକୁ ଆଉ ବେଶି ସମୟ ଅପେକ୍ଷା କରିବାକୁ ପଡ଼ିବ ନାହିଁ –  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

0 610

କରୋନା ଟୀକା ପରୀକ୍ଷା ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଟୀକା ପାଇବାକୁ ଆମକୁ ଆଉ ବେଶି ସମୟ ଅପେକ୍ଷା କରିବାକୁ ପଡ଼ିବ ନାହିଁ ବୋଲି  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଥରେ ଟୀକା ପ୍ରସ୍ତୁତ ହୋଇଯିବା ପରେ ଏହାକୁ ଲୋକମାନଙ୍କୁ ଦିଆଯିବା ଆରମ୍ଭ ହୋଇଯିବ । ଟୀକା ଦିଆଯିବା ସମୟରେ ବୟୋଜ୍ୟେଷ୍ଠ ବ୍ୟକ୍ତି ଓ ସ୍ୱାସ୍ଥ୍ୟକର୍ମୀମାନଙ୍କ ସମେତ ଯେଉଁମାନଙ୍କ ପାଇଁ ଏହାର ଆବଶ୍ୟକତା ଅଧିକ, ସେମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଦିଆଯିବ ।

 

ସେହିପରି ଟୀକା ବଣ୍ଟନ ପାଇଁ ଏକ ଉତ୍ତମ ନେଟ୍‍ୱାର୍କ ବ୍ୟବସ୍ଥା ସ୍ଥାପନ କରାଯାଇସାରିଛି । ବିଶ୍ୱର ଅନ୍ୟ ଦେଶଗୁଡ଼ିକ ତୁଳନାରେ ଭାରତର ନେଟ୍‍ୱାର୍କ ଯଥେଷ୍ଟ ଉନ୍ନତ ଥିବାର ପ୍ରଧାନମନ୍ତ୍ରୀ କହିଛନ୍ତି ।

 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଭିଡ୍‍-୧୯ ସଂକ୍ରାନ୍ତ ଏକ ସର୍ବଦଳୀୟ ବୈଠକରେ ଆଜି ଅଧ୍ୟକ୍ଷତା କରି ଏହା କହିଛନ୍ତି । ଏହି ଅବସରରେ ଶ୍ରୀ ମୋଦୀ କହିଛନ୍ତି, ଏହା କୋଭିଡ୍‍ର ମୁକାବିଲାରେ ଭାରତର ଉଦ୍ୟମକୁ ଆହୁରି ଶକ୍ତିଶାଳୀ କରିବ । ଶ୍ରୀ ମୋଦୀ କହିଛନ୍ତି, କରୋନା ସଂକ୍ରମଣ ପରଠାରୁ ସେ କ୍ରମାନ୍ୱୟରେ ସମସ୍ତ ରାଜ୍ୟ ସହ ବିଚାର ବିମର୍ଶ ଜାରି ରଖିଛନ୍ତି ।

 

 

ଅନ୍ୟପକ୍ଷରେ ଏହି ବୈଠକରେ ବିଜୁ ଜନତା ଦଳର ପ୍ରତିନିଧିତ୍ୱ କରୁଥିବା ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଓଡ଼ିଶା କେମିତି ଆଗ ଟିକା  ପାଇବ ତା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଓଡ଼ିଶାକୁ ଅଗ୍ରାଧିକାର ଭିତ୍ତିରେ ଟୀକା ଯୋଗାଇ ଦେବା ଲାଗି ସର୍ବଦଳୀୟ ବୈଠକରେ ସେ ଦାବି କରିଥିବା ସୂଚନା ଦେଇଛନ୍ତି ।ସଂଶୋଧନ ପାଇଁ ଆବେଦନ  କରିପାରିବେ । ମୋବାଇଲ ଆପ୍‍ ଭୋଟର ହେଲ୍‍ପ ଲାଇନ୍‍ରେ ମଧ୍ୟ ଆବେଦନ କରାଯାଇପାରିବ । ଡିସେମ୍ବର ୧୫ରୁ ଜାନୁଆରି ୫ ମଧ୍ୟରେ ଆବେଦନର ଯାଞ୍ଚ କରାଯିବ ।

Leave A Reply