ଆସନ୍ତା ଜାନୁଆରି ୧୫ ତାରିଖରେ ୨୦୨୧ ପାଇଁ ନୂଆ ଭୋଟର ତାଲିକା ପ୍ରକାଶ ପାଇବ

0 673

ଆସନ୍ତା ଜାନୁଆରି ୧୫ ତାରିଖରେ ୨୦୨୧ ପାଇଁ ନୂଆ ଭୋଟର ତାଲିକା ପ୍ରକାଶ ପାଇବ । ଭୋଟ୍‍ ପରିଚୟ ପତ୍ର ସଂଶୋଧନ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶିଲ କୁମାର ଲୋହାନୀ ଆଜି ଏହି ସୂଚନା ଦେଇଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଲୋହାନୀ କହିଛନ୍ତି ଯେ, ଭୋଟର୍‍ ତାଲିକାରେ ନୂଆ ନାଁ ଯୋଡ଼ିବା, କାଟିବା ଓ ସଂଶୋଧନ ହୋଇ ପାରିବ । ନାଁ ଯୋଡ଼ିବା ପାଇଁ ଫର୍ମ ନଂ ୬, କାଟିବା ପାଇଁ ଫର୍ମ ନଂ ୭ ଓ ସଂଶୋଧନ ପାଇଁ ୮ ନଂ ଫର୍ମ ନେବାକୁ ପଡ଼ିବ ନାମ ଯୋଡ଼ିବାକୁ ପରିଚୟ ଆକାରରେ ଫଟୋ ଓ ବାସସ୍ଥାନର ପ୍ରମାଣପତ୍ର ଦେବାକୁ ପଡ଼ିବ ।

ଶ୍ରୀ ଲୋହାନୀ କହିଛନ୍ତି ଉଭୟ ଅଫଲାଇନ୍‍ ଓ ଅନ୍‍ଲାଇନ୍‍ ମାଧ୍ୟମରେ ଆବେଦନ କରାଯାଇ ପାରିବ । ପ୍ରତ୍ୟେକ ଏରିଆରେ ବୁଥ୍‍ ଲେବଲ ଅଧିକାରୀ ଅଛନ୍ତି । ବୁଥ ସ୍ତରରେ ବିଏଲ୍‍ଓମାନେ ଡିସେମ୍ବର ୫ ଓ ୬ରେ ରହିବେ । www.nvsp.in ସେମାନେ ତାଲିକାରେ ଭୋଟରଙ୍କ ନାମ ଯୋଡ଼ିବେ, କାଟିବେ ଓ ସଂଶୋଧନ କରିବେ ।

Leave A Reply