ବିଶିଷ୍ଟ ନାଟ୍ୟକାର ରମେଶ ଚନ୍ଦ୍ର ପାଣିଗ୍ରାହୀଙ୍କୁ ଶ୍ରୀ ଗଙ୍ଗାରଥ ଫାଉଣ୍ଡେସନ୍ ପକ୍ଷରୁ ସାହିତ୍ୟ ଭାରତୀ ସମ୍ମାନ ପ୍ରଦାନ କରାଯାଇଛି । ଡକ୍ଟର ପାଣିଗ୍ରାହୀଙ୍କୁ ସମ୍ମାନ ସ୍ୱରୂପ ୧ଲକ୍ଷ ଟଙ୍କା, କୋଣାର୍କର ରୌପ୍ୟ ପ୍ରତିକୃତି ଓ ମାନପତ୍ର ପ୍ରଦାନ କରାଯାଇଛି । ସେହିପରି ବିଶିଷ୍ଟ ବିଜ୍ଞାନୀ ତଥା ନୃତ୍ୟ ବିଷାରଦ ଡକ୍ଟର ପ୍ରିୟମ୍ବଦା ମହାନ୍ତି ହେଜମାଦିଙ୍କୁ ଗଙ୍ଗାଧର ରଥ ସ୍ମାରକୀ ସମ୍ମାନ ପ୍ରଦାନ କରାଯାଇଛି ।