ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ୧୫ଟି ଅନ୍‍ଲାଇନ୍‍ ସେବାର ଶୁଭାରମ୍ଭ

0 875

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଭିଡ଼ିଓ କନ୍‍ଫରେନ୍ସିଂ ଜରିଆରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ୧୫ଟି ଅନ୍‍ଲାଇନ୍‍ ସେବାର ଶୁଭାରମ୍ଭ କରିଛନ୍ତି  । ଏଥିସହିତ ହୀରାକୁଦ ଜଳଭଣ୍ଡାର ମଧ୍ୟରେ ପଞ୍ଜୁରୀ ମାଛଚାଷ ପାଇଁ ବିଭିନ୍ନ ଉଦ୍ୟୋଗୀଙ୍କ ସହ ଚୁକ୍ତି ସ୍ୱାକ୍ଷରିତ ହୋଇଛି  ।

read -ଟିକା ପାଇବାକୁ ଆମକୁ ଆଉ ବେଶି ସମୟ ଅପେକ୍ଷା କରିବାକୁ ପଡ଼ିବ ନାହିଁ…

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଅନ୍‍ଲାଇନ୍‍ ସେବା ଦ୍ୱାରା ମାଛ ଚାଷୀ ଓ ଉଦ୍ୟୋଗୀମାନେ ଘରେ ରହି ବିଭିନ୍ନ ସରକାରୀ ଯୋଜନାର ଲାଭ ଉଠାଇ ପାରିବେ  । ଡଙ୍ଗାର ପଞ୍ଜିକରଣ, ବିଭିନ୍ନ ଯୋଜନାରେ ରିହାତି, ଲାଭ ଆଦି ଅନେକ କାର୍ଯ୍ୟ ସୁବିଧାରେ ହୋଇପାରିବ  । ସେ କହିଛନ୍ତି, ପଞ୍ଜୁରୀ ମାଛଚାଷକୁ ପ୍ରୋତ୍ସାହନ ଦେବା ଦ୍ୱାରା ରାଜ୍ୟରେ ମାଛର ସମ୍ପୂର୍ଣ୍ଣ ଚାହିଦା ପୂରଣ ହୋଇପାରିବ  ।

read -ଆସନ୍ତା ଜାନୁଆରି ୧୫ ତାରିଖରେ ୨୦୨୧ ପାଇଁ ନୂଆ ଭୋଟର…

ଏଥିପାଇଁ ରାଜ୍ୟର ଉଦ୍ୟୋଗୀମାନଙ୍କୁ ବାର୍ଷିକ ୫୦ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଉଛି  । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଚାଷୀ ଓ ଯୁବକମାନଙ୍କୁ ବ୍ୟାପକ ଭାବେ କୃଷି ଉଦ୍ୟୋଗ ସୃଷ୍ଟି କରିବା ପାଇଁ ଆହ୍ୱାନ ଦେଇଥିଲେ  ।

ଏହି ଅବସରରେ ବିଭାଗୀୟ ମନ୍ତ୍ରୀ ଅରୁଣ ସାହୁ, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ,  ସଚିବ ଆର୍‍. ରଘୁପ୍ରସାଦଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ  ।

Leave A Reply