ଟସର ଚାଷ ମାଧ୍ୟମରେ ଅଧିକରୁ ଅଧିକ ଜୀବିକା ସୃଷ୍ଟି
କୋଭିଡ୍ ନାଇଣ୍ଟିନ୍ ସତ୍ୱେ ରାଜ୍ୟ ସରକାର ବୁଣାକାର, ହସ୍ତଶିଳ୍ପୀ ଏବଂ ଚିତ୍ରକାରମାନଙ୍କ ପାଇଁ ୧୧ଲକ୍ଷ ମାନବ ଦିବସ ସୃଷ୍ଟି କରିପାରିଛନ୍ତି ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ସମୀକ୍ଷା ବୈଠକରେ ସୂଚନା ଦିଆଯାଇଛି ।
କୋଭିଡ୍ ସମୟରେ ରାଜ୍ୟରେ ଟସର ଚାଷ ମାଧ୍ୟମରେ ଅଧିକରୁ ଅଧିକ ଜୀବିକା ସୃଷ୍ଟି କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ସେ ହିଛନ୍ତି, ଟସର ଶ୍ରମ ଭିତ୍ତିକ ହୋଇଥିବାରୁ ଏହାର ସମ୍ପ୍ରସାରଣ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।