କ୍ଲାସ୍ରୁମ୍ରେ ହେବ ମ୍ୟାଟ୍ରିକ୍ ଓ ଯୁକ୍ତ ଦୁଇ ପରୀକ୍ଷା
ଆସନ୍ତା ମ୍ୟାଟ୍ରିକ୍ ଓ ଯୁକ୍ତ ଦୁଇ ପରୀକ୍ଷା ଅଫ୍ଲାଇନ୍ରେ ହେବ । ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଏହି ସୂଚନା ଦେଇଛନ୍ତି । ଗଣମାଧ୍ୟମକୁ ସେ କହିଛନ୍ତି, ପୂର୍ବରୁ ଯେଭଳି ଭାବେ ପରୀକ୍ଷା ଅନୁଷ୍ଠିତ ହେଉଥିଲା ସେହିଭଳି ହେବ । ପରୀକ୍ଷା ବିଳମ୍ବରେ କରାଯିବ,
ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି କୋଭିଡ୍ ନିର୍ଦ୍ଦେଶାବଳୀ ଆଧାରରେ ଖୁବ୍ ଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି ।