ୟୁକ୍ରେନ୍ର ଖାର୍କିଭ୍ ଓ ପେଶୋଚିନ୍ରେ ଫଶି ରହିଥିବା ୬୫ ଜଣ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ରାଜ୍ୟ ସରକାର ଦୁଇଟି ସ୍ୱତନ୍ତ୍ର ବସ୍ ଯୋଗେ ନିରାପଦ
ଭାବେ ପଶ୍ଚିମ ୟୁକ୍ରେନ୍ ସୀମାକୁ ଆଣିବାରେ ସଫଳ ହୋଇଛନ୍ତି ।
ସେହି ଅଞ୍ଚଳରେ ଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରି ବିମାନ ଯୋଗେ ଭାରତକୁ ଫେରାଇ ଆଣିବାପାଇଁ ପ୍ରକ୍ରିୟା ଜାରି ରହିଛି । ଆହୁରି ଅନେକ ଓଡ଼ିଆ
ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିବାପାଇଁ ସରକାର ଉଦ୍ୟମ ଜୋର୍ଦାର୍ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ସୂଚନା ଅନୁସାରେ
ଏପର୍ଯ୍ୟନ୍ତ ୧୯୯ ଛାତ୍ରଛାତ୍ରୀ ନିରାପଦରେ ଭାରତରେ ପହଞ୍ଚି ସାରିଛନ୍ତି ।
ନୂଆଦିଲ୍ଲୀସ୍ଥିତ ରେସିଡେଣ୍ଟ୍ କମିଶନ୍ ଅଫିସ୍ ଉଦ୍ଧାର କାର୍ଯ୍ୟରେ ସମନ୍ୱୟ ରକ୍ଷା କରୁଛନ୍ତି । ରାଜ୍ୟ ସରକାର ୟୁକ୍ରେନ୍ ସୀମା ସଂଲଗ୍ନ ୪ଟି ଦେଶ ପାଇଁ ୪
ଜଣ ସ୍ୱତନ୍ତ୍ର ପ୍ରତିନିଧିଙ୍କୁ ସମନ୍ୱୟ ରକ୍ଷା କରିବାପାଇଁ ଦାୟିତ୍ୱ ଦେଇଛନ୍ତି ।