ଯୁଦ୍ଧଗ୍ରସ୍ତ ୟୁକ୍ରେନ୍ରେ ଫଶି ରହିଥିବା ପ୍ରାୟ ୫୦୦ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଗୁରୁତ୍ୱାରୋପ କରିଛନ୍ତି । ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଅନେକ ଓଡ଼ିଆ ଛାତ୍ରଛାତ୍ରୀ ପୋଲାଣ୍ଡ, ରୋମାନିଆ,
ହଙ୍ଗେରୀ ଏବଂ ସ୍ଲୋଭାକିଆରେ ଅଟକି ରହିଛନ୍ତି ।
ସେଠାରୁ ଘରକୁ ଆସିବା ପର୍ଯ୍ୟନ୍ତ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଅଦ୍ୟାବଧି ପ୍ରାୟ ୪୦୦ ଜଣଙ୍କୁ ରାଜ୍ୟ ସରକାରଙ୍କ ଦ୍ୱାରା ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି । ସେଥିମଧ୍ୟରୁ ୩୦୦ ଛାତ୍ରଛାତ୍ରୀ ୟୁକ୍ରେନ୍ରୁ ପୋଲାଣ୍ଡ, ରୋମାନିଆ, ହଙ୍ଗେରୀ ଏବଂ
ସ୍ଲୋଭାକିଆ ସୀମା ଅତିକ୍ରମ କରିସାରିଛନ୍ତି । ଖର୍କିବ୍ରେ ଫସିଥିବା ଅବଶିଷ୍ଟ ୧୦୦ ଓଡ଼ିଆ ପିଲାଙ୍କୁ ନିରାପଦ ସ୍ଥାନକୁ ନେବା ଲାଗି ପଦକ୍ଷେପ ନିଆଯାଉଛି ।