ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ଯେପରି ବ୍ୟାଘାତ ନ ହେବ ସେଥିପାଇଁ ଭାରତର ମେଡିକାଲ୍‍ କଲେଜରେ ସୁବିଧା ସୃଷ୍ଟି କରିବାକୁ- ମୋଦୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

0 79

ୟୁକ୍ରେନ୍‍ ଓ ରୁଷ୍‍ ଯୁଦ୍ଧ ପରିସ୍ଥିତି ମଧ୍ୟରେ ଗତକାଲି ୭୭ ଜଣ ଓଡ଼ିଆ ଛାତ୍ରଛାତ୍ରୀ ୟୁକ୍ରେନ୍‍ରୁ ଭୁବନେଶ୍ୱରକୁ ଫେରିଛନ୍ତି । ଛାତ୍ରଛାତ୍ରୀମାନେ ପ୍ରଥମେ
ବିମାନ ଯୋଗେ ଦିଲ୍ଲୀ ପହଞ୍ଚିଥିଲେ । ଏହାପରେ ଭୁବନେଶ୍ୱରରେ ପହଞ୍ଚିଥିଲେ । ରାଜ୍ୟ ସରକାରଙ୍କ ଦ୍ୱାରା ଯୋଗାଇ ଦିଆଯାଇଥିବା ଏକ ସ୍ୱତନ୍ତ୍ର ବିମାନରେ ଆସି ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ସମ୍ପୃକ୍ତ ଛାତ୍ରଛାତ୍ରୀମାନେ ପହଞ୍ଚିଥିଲେ ।ବିମାନ ବନ୍ଦରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ କରିଥିଲେ । ସେମାନେ ଆଗକୁ ଯେପରି ପାଠପଢି ପାରିବେ ସେଥିଲାଗି ସମସ୍ତ ପ୍ରକାର ଉଦ୍ୟମ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ।

ଦେଶର ବିଭିନ୍ନ ମେଡିକାଲ କଲେଜ ପାଠପଢା ଲାଗି ବ୍ୟବସ୍ଥା କରିବା ପାଇଁ ଗତକାଲି ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ।ୟୁକ୍ରେନ୍‍ ଓ ରୁଷ ମଧ୍ୟରେ ଚାଲିଥିବା ଯୁଦ୍ଧ ପାଇଁ ଓଡ଼ିଶା ସମେତ ଦେଶର ଶତାଧିକ ମେଡିକାଲ୍‍ ଛାତ୍ରଛାତ୍ରୀ ନିଜ ନିଜ ଘରକୁ ଫେରିବାକୁ ବାଧ୍ୟ ହୋଇଛନ୍ତି । ୟୁକ୍ରେନ୍‍ ସ୍ଥିତିରେ ସୁଧାର ନ ଆସିବା ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଠପଢ଼ା ବ୍ୟାଘାତ ହେବାର ଆଶଙ୍କା ସୃଷ୍ଟି ହୋଇଛି । ତେଣୁକରି
ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ଯେପରି ବ୍ୟାଘାତ ନ ହେବ ସେଥିପାଇଁ ଭାରତର ମେଡିକାଲ୍‍ କଲେଜ୍‍ ଗୁଡ଼ିକରେ ଯେଭଳି ସେମାନଙ୍କର ଶିକ୍ଷା ଜାରି ରହିବ ସେଥିପାଇଁ ପଦକ୍ଷେପ ନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ୱାର୍‍ଜୋନ୍‍ରେ ରହି ଛାତ୍ରଛାତ୍ରୀମାନେ ମାନସିକ ଭାବେ ଆଘାତ ପାଇଛନ୍ତି । ୟୁକ୍ରେନ୍‍ ପରିସ୍ଥିତିରେ ସୁଧାର ନ ଆସିଲେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ବ୍ୟାଘାତ ଆଶଙ୍କା ଥିବାରୁ ଜାତୀୟ ମେଡିକାଲ୍‍ କମିଶନ୍‍ ଓ ମନ୍ତ୍ରଣାଳୟ ଯେପରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ସେଥିଲାଗି ପ୍ରଧାନମନ୍ତ୍ରୀ ତୁରନ୍ତ ହସ୍ତକ୍ଷେପ କରନ୍ତୁ । ତେବେ ଓଡ଼ିଶା ସରକାର ଏ ନେଇ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Leave A Reply