
କଟକ- କଟକରେ କମନ୍ଓ୍ୱେଲଥ୍ ଟେବୁଲ ଟେନିସ୍ ପ୍ରତିଯୋଗିତା ଉଦ୍ଘାଟିତ ହୋଇଯାଇଛି । ଜବାହରଲାଲ ନେହେରୁ ଇନ୍ଡୋର ଷ୍ଟାଡିୟମରେ ୧ତମ ଅନ୍ତର୍ଜାତିୟ ଟେବୁଲ୍ ଟେନିସ୍ ଚାମ୍ପିୟନସିପ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଉଦ୍ଘାଟନ କରିଥିଲେ। ଏହି
ଏହି ପ୍ରତିଯୋଗିତାରେ ଭାରତ, ଶ୍ରୀଲଙ୍କା, ଅଷ୍ଟ୍ରେଲିଆ, ସାଇପ୍ରସ, ନାଇଜେରିଆ ଆଦି ୧୨ଟି ଦେଶର ପ୍ରାୟ ୧୪୦ ଖେଳାଳି ଅଂଶ ଗ୍ରହଣ କରିଛନ୍ତି ।
ପ୍ରଥମ ମ୍ୟାଚ୍ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଅନ୍ୟ ଟେବୁଲ୍ରେ ଅଷ୍ଟ୍ରେଲିଆସାଇପ୍ରସ, ନାଇଜେରିଆ-ବାଂଲାଦେଶ ଓ ୱାଲେସ୍-ସିଙ୍ଗାପୁର ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହୋଇଥିୱା
ଏହି ଉଦ୍ଘାଟନ ଉତ୍ସବରେ ରାଜ୍ୟ କ୍ରୀଡ଼ା ଓ ଯୁବବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, ରାଜ୍ୟଗୋଷ୍ଠୀ ଟେବୁଲଟେନିସ୍ ମହାସଂଘର ଅଧ୍ୟକ୍ଷ ଆଲାନ ରାନସମ, ମହାସଂଘର ମହାସମ୍ପାଦକ ଚାନ୍ଫୁଙ୍ଗ କିଓଙ୍ଗ, ଭାରତୀୟ ଟେବୁଲ ଟେନିସ ମହାସଂଘର ଉପସଭାପତି ସଞ୍ଜୟ ସିଂହ, ଓଡ଼ିଶା ରାଜ୍ୟ ଟେବୁଲ ଟେନିସ ଆସୋସିଏସନର ଉପସଭାପତିଙ୍କ ସମେତ ରାଜ୍ୟ ଯୁବବ୍ୟାପାର, କ୍ରୀଡ଼ା ବିଭାଗର ବହୁ ବରିଷ୍ଠ କର୍ତ୍ତୃପକ୍ଷ ଉପସ୍ଥିତ ଥିଲେ। ଜୁଲାଇ ୨୨ ତାରିଖ ପର୍ଯ୍ୟନ୍ତ ଏହି ଚମ୍ପିଆନ୍ସିପ୍ ଅନୁଷ୍ଠିତ ହେବ। ଏହି ଚମ୍ପିଆନ୍ସିପ୍ ପାଇଁ କଟକ
ସହରକୁ ଆକର୍ଷଣୀୟ ଢ଼ଙ୍ଗରେ ସଜାଯାଇଛି। ଇନ୍ଡୋର ତଥା ଏହାର ଆଖପାଖ ଅଞ୍ଚଳରେ ଟ୍ରାଫିକ ନିୟନ୍ତ୍ରଣ ଏବଂ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିବାବେଳେ ୧୦ ପ୍ଲାଟୁନ ଫୋର୍ସ ଷ୍ଟାଡିୟମ ପରିସରରେ ମୁତୟନ କରାଯାଇଛି।
ବୁଧବାର ସନ୍ଧ୍ୟା ୬ଟା ସୁଦ୍ଧା ପୁରୁଷ ବିଭାଗରେ ସାଇପ୍ରସକୁ ୩-୦ରେ ହରାଇ ଇଂଲଣ୍ଡ ବିଜୟ ଲାଭ କରିଥିବାବେଳେ, ସ୍କଟଲ୍ୟାଣ୍ଡକୁ ୩-୦ରେ ପରାସ୍ତ କରିଛି । ସେହିପରି ବାଂଲାଦେଶକୁ ନାଇଜେରିଆ ୩-୦ ଗୋଲରେ ପରାସ୍ତ କରିଥିବାବେଳେ ଅଷ୍ଟ୍ରେଲିଆ, ୱଲେସକୁ ୩-୦ରେ ପରାସ୍ତ କରିଛି । ଅପରପକ୍ଷରେ ମହିଳାବର୍ଗରେ ସ୍କଟଲ୍ୟାଣ୍ଡକୁ ୩-୦ରେ ସିଙ୍ଗାପୁର ହରାଇଛି । ସେହିପରି ଶ୍ରୀଲଙ୍କାକୁ ୩-୦ରେ ହରାଇ ଭାରତ ବିଜୟଲାଭ କରିଥିବାବେଳେ ସାଇପ୍ରସକୁ ଅଷ୍ଟ୍ରେଲିଆ ୩-୦ରେ ହରାଇଛି । ନାଇଜେରିଆ ଦଳ ମଧ୍ୟ ବାଂଲାଦେଶକୁ ୩-୦ରେ ପରାସ୍ତ କରିଛି ।