ଭୁବନେଶ୍ୱର – ରାଜ୍ୟରେ ଆସନ୍ତା ୪ଦିନ ଧରି ବର୍ଷା ଲାଗି ରହିବା ସହ ପଶ୍ଚିମ, ଦକ୍ଷିଣଓଡ଼ିଶାରେ କୋହଲା ପାଗ ରହିବ ଏବଂ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଆସନ୍ତା ସପ୍ତାହକ ପର୍ଯ୍ୟନ୍ତ ଓଡ଼ିଶାରେ ବଡ ବର୍ଷାର ଆଶଙ୍କା ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।
କେନ୍ଦ୍ରପଡ଼ା, ଜଗତ୍ସିଂହପୁର, ପୁରୀ, ଭଦ୍ରକ, ଯାଜପୁର, କଟକ, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ
ବର୍ଷା ହେବାର ସମ୍ଭାବନା ରହିଛି। ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ପଶ୍ଚିମ ଓଡ଼ିଶା କନ୍ଧମାଳ, କଳାହାଣ୍ଡି, ଗଜପତି, ଗଞ୍ଜାମ, ବୌଦ୍ଧ, ନୟାଗଡ, ସୋନପୁର, ବରଗଡ, ସମ୍ବଲପୁର ଓ କୋରାପୁଟ ଜିଲ୍ଲାର ଅଧିକାଂଶ ସ୍ଥାନରେ ବର୍ଷା ପରିମାଣ ବଢ଼ିବ। ଏହାପରେ ବର୍ଷା କମିବ ବୋଲି ପୂର୍ବାନୁମାନ କରାଯାଇଛି।