ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ ହେଲେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ

0 943

ଭୁବନେଶ୍ୱର . – ଓଡିଶାର ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଭାବେ ନିଯୁକ୍ତି ପାଇଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ, ବିଶ୍ୱ ଭୂଷଣ ହରିଚନ୍ଦନଙ୍କୁ ଏହି ନିଯୁକ୍ତି ଦେଇଛନ୍ତି ।
ବିଶ୍ୱ ଭୂଷଣ ହରିଚନ୍ଦନ ୧୯୭୧ ମସିହାରେ ରାଜନୀତିରେ ଯୋଗଦେଇଥିଲେ ତେବେ ୧୯୯୬ ମସିହାରେ ସେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେବା ସହ ରାଜ୍ୟ ଆଇନ ମନ୍ତ୍ରୀଭାବେ କାର୍ଯ୍ୟ ତୁଲାଇଛନ୍ତି । ବିଶ୍ୱ ଭୂଷଣ ହରିଚନ୍ଦନ ପାଞ୍ଚଥର ଓଡିଶା ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ପ୍ରଥମେ ସେ ଦୁଇଥର ଜନତା ଦଳରୁ ଏବଂ ତିନିଥର ବିଜେପି ପକ୍ଷରୁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ।

Leave A Reply