ରାଜ୍ୟରେ ଗତ ୨୪ଘଣ୍ଟା ମଧ୍ୟରେ ଆଉ ୩୯୩ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୨୩ ହଜାର ୭୫୭ରେ ପହଞ୍ଚିଛି । ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ସଙ୍ଗରୋଧରୁ ୨୨୮ଏବଂ ସ୍ଥାନୀୟ ଅଞ୍ଚଳରୁ୧୬୫ ଜଣ ଅଛନ୍ତି । ୨୭ଟି ଜିଲ୍ଲାରୁ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୋଳ ଜିଲ୍ଲାରୁ ସର୍ବାଧିକ ୪୭ ଜଣ ଓ ସୁନ୍ଦରଗଡରୁ ୪୪ଜଣ ଚିହ୍ନଟ ହୋଇଛନ୍ତି ।
ଅନ୍ୟାନ୍ୟ ଜିଲ୍ଳାଗୁଡିକ ମଧ୍ୟରେ ଖୋର୍ଦ୍ଧାରୁ ୩୯, ସମ୍ବଲପୁରରୁ ୨୭, ବରଗଡ ଓ ମୟୂରଭଞ୍ଜରୁ୨୬ଜଣ ଲେଖାଏଁ, କଟକରୁ ୨୪, ବାଲେଶ୍ୱରରୁ ୨୧, ଝାରସୁଗୁଡାରୁ ୧୮,ଯାଜପୁରରୁ ୧୬, ଗଞ୍ଜାମ, ରାୟଗଡା ଓ ପୁରୀରୁ ୧୪ଜଣ ଲେଖାଏଁ, ନୂଆପଡାରୁ ୧୩, କଳାହାଣ୍ଡି, କେନ୍ଦୁଝରରୁ ୭ଜଣ ଲେଖାଏଁ, ନୟାଗଡରୁ ୫, ନବରଙ୍ଗପୁରରୁ ୪, ଭଦ୍ରକରୁ ୩, କନ୍ଧମାଳ ଓ ଜଗସିଂହପୁରରୁ ୨ଜଣ ଲେଖାଏଁ ଓ ମାଲକାନଗିରିରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଆଜି ମଧ୍ୟ ୫ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ସେମାନଙ୍କ ମଧ୍ୟରେ ଖୋର୍ଦ୍ଧା ଓ଼ ମୟୂରଭଞ୍ଜ ଜିଲ୍ଲାରୁ ୨ ଜଣ ଲେଖାଏଁ ଏବଂ ସୁନ୍ଦରଗଡ ଜିଲାରୁ ଜଣେ ଅଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୧ହଜାର ୮୦୭କୁ ବୃଦ୍ଧି ପାଇଛି । ବର୍ତ୍ତମାନ ରାଜ୍ୟରେ ସକ୍ରିୟ କରୋନା ଚିକିତ୍ସାଧୀନଙ୍କ ସଂଖ୍ୟା ୩ ହଜାର ୨୧୪ ହୋଇଛି ।