ସମୁଦ୍ର ମଧ୍ୟରେ ବୁଡିଯାଉଥିବା ସାତଭାୟା ଗ୍ରାମ ପଞ୍ଚାୟତ ଥଇଥାନ ହୋଇଥିବା ପରିବାରର ଦାବୀ

0 779

ସମୁଦ୍ର ମଧ୍ୟରେ ବୁଡିଯାଉଥିବା ସାତଭାୟା ଗ୍ରାମ ପଞ୍ଚାୟତକୁ ବଗପାଟିଆ ଗ୍ରାମ ନିକଟରେ ଥଇଥାନ କରାଯାଇଥିଲା । ପ୍ରାୟ ୬୧୧ଟି ପରିବାର ଏଠାରେ ଥଇଥାନ ହୋଇଥିଲେ । ତେବେ ଏହି ଜାଗାଟି ଖାଲୁଆ ଅଞ୍ଚଳ ହୋଇଥିବାରୁ ଗ୍ରାମବାସୀମାନେ ବର୍ଷାଦିନେ କାଦୁଅ ରାସ୍ତାରେ ଘରୁ ବାହାରି ପାରୁନାହାନ୍ତି । ବର୍ଷାଜଳ ପାଇଁ ଡ୍ରେନେଜ ବ୍ୟବସ୍ଥା, ନିକଟରେ କୁମ୍ଭୀର ବାସ କରୁଥିବା ପାଟଶାଳା ନଦୀ ତୀରରେ ପାଚେରୀ ନିର୍ମାଣ, ସ୍ଥାପିତ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି, କ୍ଷତିଗ୍ରସ୍ତ ସମସ୍ତ ପରିବାରକୁ ଥଇଥାନ, ଥଇଥାନ ହୋଇଥିବା ପରିବାରକୁ ଜମିପଟା ପ୍ରଦାନ ଆଦି ଦାବି ଜିଲ୍ଲା ପ୍ରଶାସନ ନିକଟରେ କରାଯାଇଛି ।

ଜିଲ୍ଲାପାଳ ରାଜନଗର ବ୍ଲକ ଅନ୍ତର୍ଗତ ଏହି ଥଇଥାନ ସ୍ଥଳୀକୁ ପରିଦର୍ଶନ କରିବା ପାଇଁ ଯାଇଥିବା ବେଳେ ଥଇଥାନ ହୋଇଥିବା ପରିବାରର ଓ ସଦସ୍ୟମାନେ ଏହି ଦାବୀ ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।

 

ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି ଯେ, ଏହିସବୁ ଦାବିଗୁଡିକ ପ୍ରତି ପ୍ରଶାସନ ଅବଗତ ଅଛି । ବଗପାଟିଆ ଥଇଥାନସ୍ଥଳୀକୁ କିପରି ଏକ ଆଦର୍ଶ ପଞ୍ଚାୟତରେ ରୂପାନ୍ତରିତ କରାଯାଇପାରିବ, ସେ ନେଇ ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରାଯାଇ ଖୁବ୍‍ ଶୀଘ୍ର ପଦକ୍ଷେପ ଗ୍ରହଣ କରାଯିବ ବୋଲି ଶ୍ରୀ ବର୍ମା କହିଛନ୍ତି ।

Leave A Reply