ଓ.ସି.ଏସ୍. ପରୀକ୍ଷାର୍ଥୀ
ଓଡ଼ିଶା ସିଭିଲ୍ ସର୍ଭିସ – ଓ.ସି.ଏସ୍.-୨୦୨୦ ପରୀକ୍ଷାରୁ ବଞ୍ଚିତ ଆଶାୟୀଙ୍କ ପାଇଁ ଖୁସି ଖବର । ସେମାନଙ୍କୁ ପରୀକ୍ଷା ଦେବାଲାଗି ଆଉ ଏକ ସୁଯୋଗ ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଯେଉଁ ଛାତ୍ରଛାତ୍ରୀମାନେ ଓ.ସି.ଏସ୍.-୨୦୧୮ କିମ୍ବା ଓ.ସି.ଏସ୍.-୨୦୧୯ ପରୀକ୍ଷା ଦେଇଛନ୍ତିଟ୍ଟ କିନ୍ତୁ ବୟସ ସୀମା ଯୋଗୁଁ ଓ.ସି.ଏସ୍.-୨୦୨୦ ପରୀକ୍ଷା ଦେଇପାରି ନାହାନ୍ତି, ସେମାନଙ୍କୁ ଓ.ସି.ଏସ୍.-୨୦୨୦ ପରୀକ୍ଷା ଦେବାଲାଗି ସୁଯୋଗ ମିଳିବ । ୟୁ.ପି.ଏସ୍.ସି. ଢାଞ୍ଚାରେ ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା ହେବା ପରେ ପରୀକ୍ଷାର୍ଥୀଙ୍କୁ ସରକାରଙ୍କ ପକ୍ଷରୁ ପୂର୍ବରୁ ମଧ୍ୟ ଏଭଳି ସୁବିଧା
ଯୋଗାଇ ଦିଆଯାଇଥିଲା । ତେବେ ପରୀକ୍ଷାର୍ଥୀଙ୍କ ଅନୁରୋଧକ୍ରମେ ପୁଣି ସରକାର ଏପରି ସୁଯୋଗ ଦେଇଛନ୍ତି ।