ରାଜ୍ୟର ୧୪ ଜଣ ପୁଲିସ ଅଧିକାରୀ ପାଇବେ ପୁଲିସ ପଦକ

0 3,126

ଭୁବନେଶ୍ୱର -କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଥିବା ପୁଲିସ ପଦକ ତାଲିକାରେ ରାଜ୍ୟର ୧୪ଜଣ ପୁଲିସ ଅଧିକାରୀ ସାମିଲ ଅଛନ୍ତି । ସେମାନଙ୍କ ମଧ୍ୟରୁ ବିଶିଷ୍ଟ ସେବା ପାଇଁ ୨ ପୁଲିସ ଅଧିକାରୀଙ୍କୁ ରାଷ୍ଟ୍ରପତି ପଦକ ପ୍ରଦାନ କରାଯିବ । ସେମାନେ ହେଲେ ଭିଜିଲାନ୍ସ ଡିଏସ୍‍ପି କେ. ବେଣୁଗୋପାଳ ଆଚାର୍ଯ୍ୟ ଏବଂ କନଷ୍ଟେବଳ ବିରଞ୍ôଚ ନାରାୟଣ ସାହୁ ।

ସେହିପରି ୧୨ଜଣ ପୁଲିସ କର୍ମଚାରୀଙ୍କୁ ଉକ୍ରୃଷ୍ଟ ସେବା ପାଇଁ ପଦକ ପ୍ରଦାନ କରାଯିବ । ସେମାନେ ହେଲେ ଭିଜିଲାନ୍ସ ଏ.ଏସ୍‍.ପି ଅଭିରାମ କର, ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ତାପସ ମହାପାତ୍ର, ଏ.ସି.ପି. ଅନୁପମା ମହାପାତ୍ର, ଏ.ଡି.ଏସ୍‍.ପି ରାଜକିଶୋର ପାଇକରାୟ, ଇନ୍ସପେକ୍ଟର ଅଜୟ ଦାଶ, ଅତୁଲକ୍ରିଷ୍ଣା ଦାଶ, ସରୋଜ ପଟେଲ, ନିର୍ମଳା ମହାପାତ୍ର, ସୁବେଦାର କିଶୋର ବଳବନ୍ତ ରାୟ, ସିପାହୀ ରଥ ଲାକ୍ରା ଓ ହାବିଲଦାର ମହମ୍ମଦ ଫଜଲ ଉମର ।

Leave A Reply