ବଢିଲା ହୋମଗାର୍ଡଙ୍କ ଦରମା – ଦୈନିକ ୫୩୩ ଟଙ୍କା ଦେବାକୁ ନିର୍ଦେଶ ଦେଲେ ହାଇକୋର୍ଟ
କଟକ -୨୦୧୬ ନଭେମ୍ବର ୧୦ ପରିବର୍ତ୍ତେ ୨୦୨୦ ଜାନୁୟାରୀ ମାସରୁ ରାଜ୍ୟରେ କାର୍ଯ୍ୟରତ ହୋମଗାର୍ଡମାନେ ଦୈନିକ ୫୩୩ ଟଙ୍କା ହିସାବରେ ପ୍ରାପ୍ୟ ପାଇବେ ।
ଏ ନେଇ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ ମହମ୍ମଦ ରଫିକ ଓ ଡକ୍ଟର ଜଷ୍ଟିସ୍ ଅକ୍ଷୟ କୁମାର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ପ୍ରାପ୍ୟ ପ୍ରଦାନ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜଣିକିଆ ଖଣ୍ଡପୀଠଙ୍କ ରାୟକୁ ଚାଲେଞ୍ଜ କରି ରାଜ୍ୟ ସରକାର ହାଇକୋର୍ଟରେ ରିଟ୍ ଅପିଲ ଦାୟର କରିଥିବାବେଳେ ଖଣ୍ଡପୀଠ ରାୟ ପ୍ରକାଶ କରି ଜଣିକିଆ ଖଣ୍ଡପୀଠଙ୍କ ରାୟକୁ ସାମାନ୍ୟ ପରିବର୍ତ୍ତନ କରି ଏପରି ନିର୍ଦ୍ଦେଶ ଦେଇଛନ୍ତି ।