ସାପ ଖେଳ ଦେଖି ଜୀବନ ଗଲା, ଦେଖନ୍ତୁ ଭିଡିଓ

0 881

ନେଲୋର . – ଆନ୍ଧ୍ର ପ୍ରଦେଶର ନେଲୋରରେ ଜଣେ ବ୍ୟକ୍ତି ସାପ ଖେଳ ଦଖି ପ୍ରାଣ ହରାଇଛନ୍ତି । ତେବେ ସାପ ଖେଳ ଖାଲି ଦେଖିବା ଯୋଗୁଁ ନୁହେଁ ସେହି ସମୟରେ ଖେଳ ଦେଖାଉଥିବା ବ୍ୟକ୍ତି ସାପକୁ ତାଙ୍କ ବେକରେ ପକାଇଥିଲା । ସାପଟି ସେହି ସମୟରେ ତାଙ୍କୁ କାମୁଡି ଦେଇଥିଲା

ନେଲୋର ଜିଲାର ସୁଲୁରପେଟ୍ଟା ସହରର ମଙ୍ଗଳମ୍‌ ଗଳିରେ ସାପ ଖେଳ ଜଣେ ବ୍ୟକ୍ତି ଦେଖାଉଥିଲେ । ଏହି ସମୟରେ ଜଗଦୀଶ ନାମକ ୨୪ ବର୍ଷିୟ ବ୍ୟକ୍ତିଙ୍କୁ ସମ୍ପୃକ୍ତ ବ୍ୟକ୍ତି ପାଖକୁ ଡାକି ସାପଟି ତାଙ୍କ ବେକରେ ପକାଇ ଦେଇଥିଲା । ଅନ୍ୟାମାନେ ଏହାର ଫଟୋ ଉତ୍ତୋଳନ କରୁଥିଲେ । ଏହି ସମୟରେ ସାପଟି ତାଙ୍କ ହାତକୁ କାମୁଡି ଦେଇଥିଲା । ପରେ ସେ ଅଚେତ ହୋଇଯିବାରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତରତାଙ୍କୁ ମୃତ ଘୋଷଣା କରିଥିଲେ ।

Leave A Reply