ର୍ବାଚନ କମିଶନଙ୍କ ନୂତନ ୱେବସାଇଟ ଉନ୍ମୋଚିତ

0 563

ନୂଆଦିଲ୍ଲୀ . -ଭାରତର ନିର୍ବାଚନ କମିଶନ ସୋମବାର ନୂତନ ଭାବେ ପ୍ରସ୍ତୁତ ହୋଇଥିବା ୱେବସାଇଟ https://eci.gov.in .କୁ ଉନ୍ମୋଚନ କରିଛନ୍ତି । ସମ୍ପୂର୍ଣ୍ଣ ନୂତନ କଳେବରରେ ପ୍ରସ୍ତୁତ ହୋଇଥିବା ଏହି ୱେବସାଇଟ ବ୍ୟବହାରକାରୀମାନଙ୍କ ପାଇଁ ସହଜଗମ୍ୟ ହୋଇପାରିବ । ଏହା ମାଧ୍ୟମରେ ଯେ କେହି ନିର୍ବାଚନ କମିଶନଙ୍କ ପ୍ରତ୍ୟେକ ପଦକ୍ଷେପ ବାବଦରେ ଅବଗତ ହୋଇପାରିବ ।

ବ୍ୟବହାରୀମାନଙ୍କୁ ଦୃଷ୍ଟିରେ ରଖି ଏହି ୱେବସାଇଟର ବିକାଶ କରାଯାଇଛି । ଏଥିରୁ ନିର୍ବାଚନ ପ୍ରକ୍ରିୟା ସମ୍ପର୍କିତ ପ୍ରତ୍ୟେକ ସୂଚନା ଅକ୍ଳେଶରେ ହାସଲ କରାଯାଇପାରିବ । ଏହି ୱେବସାଇଟ ଡେସ୍କଟପ୍ ସହ ମୋବାଇଲରେ ମଧ୍ୟ ଦେଖିହେବ । ନିର୍ବାଚନ କମିଶନ ଏବଂ ନିର୍ବାଚନ ପ୍ରକ୍ରିୟା ସମ୍ପର୍କିତ ସମସ୍ତ ତଥ୍ୟ ଅଲଗା ଅଲଗା ଏହି ୱେବସାଇଟରେ ସ୍ୱତନ୍ତ୍ର ଭାବେ ସୂଚିତ ହୋଇଛି, ଯାହାଦ୍ୱାରା ସହଜରେ ଯେ କେହି ଏହାକୁ ଦେଖିପାରିବ ।

ପ୍ରଧାନ ନିର୍ବାଚନ କମିଶନର ଓ.ପି. ରାୱତ ଏହି ଅବସରରେ କହିଥିଲେ ଯେ, ଆମେ ଆମର ନୂଆ ୱେବସାଇଟକୁ ନେଇ ବହୁତ ଉତ୍ସାହିତ । ଏବେ ଦେଶର ଯେକୌଣସି ନାଗରିକ ନିର୍ବାଚନ କମିଶନଙ୍କ ୱେବସାଇଟକୁ ଯାଇ ଅକ୍ଳେଶରେ ସମସ୍ତ ତଥ୍ୟ ସହଜରେ ପାଇପାରିବେ । ଏହି ୱେବସାଇଟ ଦେଶରେ ନିରପେକ୍ଷ ଓ ସ୍ୱତନ୍ତ୍ର ନିର୍ବାଚନ ଅନୁଷ୍ଠିତ କରାଇବାକୁ କମିଶନଙ୍କ ପ୍ରତିବଦ୍ଧତାକୁ ସୂଚାଉଛି ।

ୱେବସାଇଟର ବିଶେଷତ୍ୱ ମଧ୍ୟରେ ଏହାର ସ୍ପିଡ୍, ତଥ୍ୟ ହାସଲ କରିବାର ସୁବିଧା, ଏବଂ ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁର ସହଜ ଉପଲବ୍ଧି ହିଁ ଅଧିକ ଗୁରୁତ୍ୱପୂର୍ଣ୍ଣ ।

ପୁରୁଣା ୱେବସାଇଟ ସହ ଲୋକମାନେ ଅଧିକ ପରିଚିତ ଥିବାରୁ ନିର୍ବାଚନ କମିଶନ ନୂତନ ୱେବସାଇଟ ସହ ପୁରୁଣା ୱେବସାଇଟକୁ ମଧ୍ୟ କିଛି ଦିନ ପାଇଁ କାଏମ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ।

ନୂତନ ୱେବସାଇଟକୁ ମୋବାଇଲ ଫୋନରେ ସମ୍ପୂର୍ଣ୍ଣ ଭାବେ ଦେଖିହେବ । ଏହା ଏକ ଆଡଭାନ୍ସଡ ୱେବସାଇଟ । ଟାବଲେଟରେ ମଧ୍ୟ ଏହାକୁ ଦେଖିହେବ । ଆଇଫୋନ୍/ ଆଣ୍ଡ୍ରଏଡ ଏବଂ ଅନ୍ୟାନ୍ୟ ଡିଭାଇସରେ ମଧ୍ୟ ଏହାର ପରିଚାଳନା ସହଜ । ଡିଭାଇସର ସ୍କ୍ରିନ ସାଇଜକୁ ନେଇ ୱେବସାଇଟ ସ୍ୱୟଂ ଭାବେ ନିଜକୁ ପ୍ରସ୍ତୁତ କରିନେବ ।

ୱେବସାଇଟରେ ପ୍ରାଥମିକ ଭାବେ ସିଟିଜେନ୍ସ, ଇଲେକ୍ଟର୍ସ, କ୍ୟାଣ୍ଡିଡେଟ୍ସ, ପଲିଟିକାଲ ପାର୍ଟି, ରିସର୍ଚ୍ଚର୍ସ, ମିଡିଆ ଏବଂ ଇସିଆଇ ଅଫିସିଆଲସ ସେକ୍ସନ ରଖାଯାଇଛି । ସାଇବର ନିରାପତ୍ତା ଦିଗରୁ ନୂତନ ୱେବସାଇଟ ସମ୍ପୂର୍ଣ୍ଣ ସୁରକ୍ଷିତ ।

Leave A Reply